୨୧ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିରେ ବ୍ୟସ୍ତ ଆସିକା ଅଞ୍ଚଳର ଶହଶହ ପରୀକ୍ଷାର୍ଥୀ

ଆସିକା, (ୱାଇଏନ୍‍ଏସ୍‍):ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ଷର (ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌) ମାଟ୍ରିକ୍ ପରୀକ୍ଷା ୨୧ ତାରିଖ ଠାରୁ ଆରମ୍ଭ ହେବ । ପରୀକ୍ଷାରେ କିଭଳି ପ୍ରଶ୍ନପତ୍ର ଆସିବ, ସହଜ ଆସିବ କି କଷ୍ଟ ଆସିବ, ତାହାକୁ ନେଇ ପରୀକ୍ଷାର୍ଥୀ ମାନଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ମାଟ୍ରିକ୍ ପରୀକ୍ଷାର ଦିନ ଯେତିକି ପାଖେଇ ଆସୁଛି ପରୀକ୍ଷାର୍ଥୀ ମାନେ ସେତିକି ବ୍ୟସ୍ତ ହୋଇପଡୁଥିବା ଆଲୋଚିତ ହେଉଛି । ମାଟ୍ରିକ୍ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବା ପାଇଁ କିଏ ଦିନରାତି ଏକାକାର କରି ପାଠ ପଢାରେ ନିମଗ୍ନ ରହୁଥିବା ବେଳେ ଅନ୍ୟ କିଏ ଦିନରେ ୧୨ଘଣ୍ଟାରୁ ୧୪ଘଣ୍ଟା ପରିଶ୍ରମ କରୁଥିବା ଜଣାପଡିଛି । ପରୀକ୍ଷାରେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବା ପାଇଁ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଠାରୁ ନିଜକୁ ପ୍ରସ୍ତୁତ କରିସାରିଲେଣି । ମେଧାବୀ ପରୀକ୍ଷାର୍ଥୀ ମାନେ ଭଲ ର‌୍ୟାଙ୍କ ଯେପରି ପାଇପାରିବେ ସେଥିପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ କମ୍ ମେଧାବୀ ଛାତ୍ରଛାତ୍ରୀ ମାନେ ପାସ୍ ମାର୍କକୁ ଦୃଷ୍ଟିରେ ରଖି ପଢା ଜାରି ରଖିଛନ୍ତି । ମାଟ୍ରିକ୍ ପରୀକ୍ଷାକୁ ଜୀବନର ସବୁଠାରୁ ବଡ ପରୀକ୍ଷା ଭାବେ ବିବେଚନା କରାଯାଉଥିବା ବେଳେ ପରୀକ୍ଷାର୍ଥୀ ମାନେ କୃତକାର୍ଯ୍ୟ ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଆସିକା ଅଞ୍ଚଳର ଶହଶହ ପରୀକ୍ଷାର୍ଥୀ ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ଭଲଫଳ ପ୍ରଦର୍ଶନ ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ରିଭିଜନ୍‌ରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀ ମାନେ ଏହି ମାଟ୍ରିକ୍ ପରୀକ୍ଷାକୁ ନେଇ ବିଶେଷ ସିରିଅସ୍ ଥିବା ଲକ୍ଷ୍ୟ କରାଯାଇଛି । ଛାତ୍ରଛାତ୍ରୀଙ୍କ ଜୀବନରେ ଏହି ମାଟ୍ରିକ୍ ପରୀକ୍ଷାର ଏକ ସ୍ୱତନ୍ତ୍ରତା ରହିଛି । ଏହାର ପରବର୍ତ୍ତୀ ଅବସ୍ଥାରେ ଶିକ୍ଷାର୍ଥୀ ମାନଙ୍କ ପାଇଁ ପାଠପଢାର ଏକ ନୂଆ ଯାତ୍ରା ଆରମ୍ଭ ହୋଇଥାଏ । ଛାତ୍ରଛାତ୍ରୀମାନେ କିପରି ଆଗାମୀ ମାଟ୍ରିକ ପରୀକ୍ଷାରେ ଚିନ୍ତାଗ୍ରସ୍ତ ଓ ଭୟଭୀତ ନହୋଇ ଭଲ ଫଳ ପ୍ରଦର୍ଶନ କରିବେ ତାହାକୁ ଦୃଷ୍ଟିରେ ରଖି ଆସିକା ଅଞ୍ଚଳର ବହୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ମାର୍ଗଦର୍ଶନ ଦେଉଥିବା ଜଣାପଡିଛି ।
ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା କିଛି ପରୀକ୍ଷାର୍ଥୀଙ୍କ ମୁହଁରୁ-
୧. ସ୍ମୃତିଶ୍ରୀ ବେହେରା (ଦଶମ ଶ୍ରେଣୀ ଛାତ୍ରୀ) ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର- ପ୍ରତ୍ୟୁଷରୁ ଉଠି ପାଠ ପଢା ଆରମ୍ଭ କରି ଦେଉଛି । ମୁଁ ଯେପରି ପ୍ରସ୍ତୁତି ଚଲାଇଛି ଭଲ ର‌୍ୟାଙ୍କ ମିଳିବ ବୋଲି ଆଶା ରଖିଛି ।
୨. ଦୀପକ କୁମାର ନାହାକ (ଦଶମ ଶ୍ରେଣୀ ଛାତ୍ର) ଆସିକା ଜଗଦଳପୁର ହାଇସ୍କୁଲ, ଗୁଣ୍ଠପଡା- ମାଟ୍ରିକ୍ ପରୀକ୍ଷା ପାଇଁ ମୁଁ ଜୋରଦାର ପ୍ରସ୍ତୁତି ଚଳାଇଛି । ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହେବାକୁ ପ୍ରୟାସ ଜାରି ରଖିଛି ।
୩. ସୁଲଗ୍ନା ଖାଡଙ୍ଗା (ଦଶମ ଶ୍ରେଣୀ ଛାତ୍ରୀ) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା- ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ଅଧିକ ସମୟ ପାଠପଢାରେ କାଟୁଛି ।
୪. ଦେବଶ୍ରୀ ମହାପାତ୍ର (ଦଶମ ଶ୍ରେଣୀ ଛାତ୍ରୀ) ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର- ପରୀକ୍ଷାରେ ଭଲଫଳ ପ୍ରଦର୍ଶନ କରିବା ଲାଗି ପ୍ରୟାସ ଜାରି ରଖିଛି ।
୫. ଜ୍ୟୋତ୍ସ୍ନାରାଣୀ ନାହାକ (ଦଶମ ଶ୍ରେଣୀ ଛାତ୍ରୀ) ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ପରୀକ୍ଷାରେ ଭଲ ର‌୍ୟାଙ୍କ ପାଇବି ବୋଲି ଆଶା ରଖି ପରିଶ୍ରମ ଜାରି ରଖିଛି ।
୬. ରାଜଶ୍ରୀ ରଥ (ଅଭିଭାବିକା) ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସର ସହ ଆଗକୁ ଆଗ୍ରସହ ହେବା ଓ ପରୀକ୍ଷାରେ ଭଲ ମାର୍କ ପାଇବା ସକାଶେ କଠିନ ପରିଶ୍ରମ କରିବା ନିତାନ୍ତ ଜରୁରୀ ହୋଇପଡିଛି ।
ଆସନ୍ତାକାଲି ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି । (ଫଟୋ ଯାଇଛି)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ