୨୧ ଦଫା ଦାବି ନେଇ ଅଙ୍ଗନବାଡି ସଂଘର ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ପ୍ରଦାନ କରିଛନ୍ତି । ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ, ଯେ ପର୍ଯ୍ୟନ୍ତ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଇନାହିଁ, ସେ ପର୍ଯ୍ୟନ୍ତ ସେମାନଙ୍କ ମାସିକ ଭତ୍ତା ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କ ଭତ୍ତା ୯୦୦୦ ଟଙ୍କା ଧାର୍ଯ୍ୟ କରାଯିବା, ଚଳିତ ବଜାର ଦର ଅନୁଯାୟୀ ଏସଏନପିି ଦର ସଂଶୋଧନ କରାଯିବା, କରୋନା ଯୋଦ୍ଧା ରୂପେ କାର୍ଯ୍ୟ କରି ମୃତ୍ୟୁବରଣ କରିଥିବା ଅଙ୍ଗନବାଡି କର୍ମୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ ସକାଶେ ବିହିତ ପଦକ୍ଷେପ ଗ୍ରହଣ କରାଯାଉ, ନୂତନ ଶିକ୍ଷାନୀତି ଅନୁଯାୟୀ କର୍ମୀ ଏବଂ ସହାୟିକାଙ୍କ ଭୂମିକା ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ କରାଯିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀର ମାନ୍ୟତା ପ୍ରଦାନ କରାଯିବା, ମୃତ୍ୟୁବରଣ କରିଥିବା ଅଙ୍ଗନବାଡି କର୍ମୀଙ୍କ ପରିବାରକୁ ଏକେବିୱାଇ ଯୋଜନା ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବା ଭଳି ୨୧ ଦଫା ସମ୍ବଳିତ ଏକ ଦାବି ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ଆସୋସିସେନ୍‌ର ସଭାନେତ୍ରୀ ରଞ୍ଜିତା କୁମାରୀ ରଥ, ସମ୍ପାଦକ ମଞ୍ଜୁବାଳା ପାଣିଗ୍ରାହୀ, ସହ ସମ୍ପାଦିକା ପ୍ରତିମା କୁମାରୀ ଦେବୀଙ୍କ ସମେତ ପ୍ରତି ବ୍ଲକର ସଭାନେତ୍ରୀ ଓ ସମ୍ପାଦିକା ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ