୨୩କୁ ଖସିଲା ଦୈନିକ କରୋନା ସଂକ୍ରମିତ ସଂଖ୍ୟା : ଜିଲାରେ ଟିକାକରଣ ୯ଲକ୍ଷ ଟପିଲା

ବାଲେଶ୍ୱର, (ସରୋଜ ପଣ୍ଡା): ବିଳମ୍ବ ହେଲେ ବି ବାଲେଶ୍ୱର ଜିଲାର ଦୈନିକ କରୋନା କରୋନା ସଂକ୍ରମଣ ହାର ୨୫ ତଳକୁ ଖସିବା ଜିଲାବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପୌରାଞ୍ଚଳରୁ ୭ ଓ ବ୍ଲକ ଅଞ୍ଚଳରୁ ୧୬ ଜଣ ଅଛନ୍ତି । ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮,୫୩୯ରେ ପହଞ୍ଚିଥିବା ବେଳେ ଏବେ ୩୭,୬୯୮ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ତେବେ ଗତ ୨୪ଘଣ୍ଟା ମଧ୍ୟରେ ୫ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ମିଶାଇ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି । ଅଦ୍ୟାବଧି ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୯ରେ ପହଞ୍ଚିଥିବା ସରକାରୀ ୱେବସାଇଟରେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱରରେ ଜାରି ରହିଥିବା ସାମୂହିକ ଟିକାକାରଣରେ ଜିଲାର ୭୦ ଗୋଟି କେନ୍ଦ୍ରରେ ଆଜି ଦିନକରେ ୧୬,୧୧୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲାରେ ମୋଟ ୯,୧୫,୬୨୭ଜଣ ଟିକା ନେଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତନ୍ମଧ୍ୟରୁ ୬,୫୬,୩୯୦ ଜଣ ପ୍ରଥମ ପାନ ଓ ୨,୫୯,୨୩୭ ଜଣ ଦ୍ୱିତୀୟ ପାନ ଟିକା ନେଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ