୨୫୬ ବର୍ଷ ବଞ୍ଚିଥିବା ବ୍ୟକ୍ତି
ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ୮୦ ବର୍ଷ ବଞ୍ଚିବା ବହୁତ ବଡ଼ କଥା । ତେବେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏକି ୧୦୦ କି ୨୦୦ ନୁହେଁ ବରଂ ୨୫୬ ବର୍ଷ ବଞ୍ଚିଥିଲେ । ସେ ହେଉଛନ୍ତି ଲି ଚିଙ୍ଗ ୟୁନ୍ । ଐତିହାସିକଙ୍କ କହିବା ଅନୁସାରେ ଲି ଚିଙ୍ଗ ୧୬୭୭ ମେ’ ୩ରେ ଚାଇନାର କିଜିୟାଙ୍ଗ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତେବେ ଅନ୍ୟମାନଙ୍କ କହିବା ଅନୁସାରେ ଲି ଚିଙ୍ଗ ୧୭୩୬ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ତାଙ୍କର ମୃତ୍ୟୁ ଘଟିଥିଲା ୧୯୩୩ ମେ’ ୬ରେ । ୧୯୩୦ରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଚାଇନାର ଚେଙ୍ଗଡୁ ୟୁନିଭର୍ସିଟିର ପ୍ରଫେସର ୟୁ ଚୁଙ୍ଗ ଚିଏ ୧୮୨୭ ମସିହାରେ ଲି ଚିଙ୍ଗଙ୍କୁ ତାଙ୍କର ୧୫୦ ତମ ଜନ୍ମଦିନ ଏବଂ ୧୮୭୭ରେ ୨୦୦ ତମ ଜନ୍ମଦିନ ଅବସରରେ ଶୁଭକାମନା ଜଣାଇଥିଲେ । ଲି ଚିଙ୍ଗ ପ୍ରଖ୍ୟାତ ହର୍ବାଲିଷ୍ଟ, ମାର୍ଶଲ ଆର୍ଟିଷ୍ଟ ଏବଂ ପରାମର୍ଶଦାତା ଥିଲେ । ମାତ୍ର ୧୦ ବର୍ଷ ବୟସରୁ ସେ ହର୍ବାଲ ମେଡିସିନ୍ ବ୍ୟବସାୟ କରିବା ଆରମ୍ଭ କରିଥିଲେ । ହର୍ବାଲ ସହିତ ମାର୍ଶଲ ଆର୍ଟରେ ମଧ୍ୟ ପାରଙ୍ଗମ ଥିଲେ । ୭୧ ବର୍ଷ ବୟସରେ ମାର୍ଶଲ ଆର୍ଟ ଟ୍ରେନର ଭାବେ ଚାଇନା ସେନାରେ ସେ ସାମିଲ ହୋଇଥିଲେ । ଲି ଚିଙ୍ଗ ୨୪ ଜଣଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨୦୦ରୁ ଅଧିକ ପିଲା ଥିଲେ । ସେ ବିଭିନ୍ନ ପ୍ରକାର ଔଷଧିୟ ଗୁଳ୍ମ ସହ ଚାଉଳରେ ତିଆରି ମଦକୁ ଭୋଜନ ଭାବେ ଗ୍ରହଣ କରୁଥିଲେ । ବ୍ୟାୟାମ ଏବଂ ଡାଏଟ୍କୁ ସେ ଅଧିକ ପ୍ରାଧାନ୍ୟ ଦେଉଥିଲେ । ଏହା ତାଙ୍କର ଅଧିକ ବର୍ଷର ବଞ୍ଚି ରହିବାର କାରଣ ବୋଲି କୁହାଯାଏ ।