୨୫ ତମ ବିଜେଡି ପ୍ରତିଷ୍ଠା ସମାରୋହ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ସାରା ରାଇଜରେ ୨୫ ତମ ବିଜେଡି ପ୍ରତିଷ୍ଠା ପାଳିତ ହୋଇଥିବାବେଳେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ପଞ୍ଚାୟତ ସମ୍ମୁଖ ଖେଳ ପଡିଆରେ ନିବାଚନ ମଣ୍ଡଳୀ ସଂଯୋଜିକା ପ୍ରୀତିନନ୍ଦା କାନୁନଗୋଙ୍କ ସଭାପତିତ୍ୱରେ ଧୁମ ଧାମରେ ପାଳିତ ଯୋଇଯାଇଛି ।ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ, କର୍ମି ଏବଂ ବିଜୁ ପ୍ରେମୀ ଓଡିଶା ମାତାର ସୁଯୋଗ୍ୟ ପୁତ୍ର, ମହାନ ସ୍ୱାଧୀନଣା ସଂଗ୍ରାମୀ, ମହାନ ଜନ ନାୟକ, ଝଡର ଈଗଲ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପୁରଣାପାଣି ଖେଳ ପଡିଆରେ ବିଜେଡି ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦାଃ ମଂଚ ପରିଚାଳନା ଅରିଥିଲେ । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର-ସାରସକଣା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ମୋରଡା ବିଧାୟକ ରାଜ କିଶୋର ଦାସ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ , ରାଇରଙ୍ଗପୁର ନଗର ପର୍ଯ୍ୟବେକ୍ଷକ ଗିରିଧାରୀପୃଷ୍ଟି, ବରିଷ୍ଠ ବିଜେଡି ନେତା ପାର୍ଥ ସାରଥୀ କବି, ଆଡଭୋକେଟ ଗୌରୀ ଦତ୍ତ, ରତିକାନ୍ତ ପରୀକ୍ଷା, ଟନି ପଣ୍ଡା, ସାଜିଦ ହୁସେନ, ମୟୂରଭଂଜ ସାଦର ଯୁବ ବିଜେଡି ଜିଲ୍ଲା ସଭାପତି ଅଭିଷେକ ପଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ଦିପ୍ତୀମାନ ବଳ,ଜଲେନ ନାଏକ, ସୁବାଷ ମଣ୍ଡଳ, ବାସନ୍ତୀ ମାରାଣ୍ଡୀ, ପୂର୍ଣିମା ମହାନ୍ତ, ରଂଜିତା ଲେଙ୍କା, ଜେମା ମଣି ଷୁଣ୍ଢି, ପାର୍ବତୀ ବିରୁଆ, ନୀନା ଦାସ, ବାଣଜୁ ହେମ୍ବ୍ରମ, ସଚିନ ଦାସ, ଶାଶ୍ୱତ ବଳ, ସୌମ୍ୟ ରଂଜନ ଦାସ, ଆହ୍ୱାନ ପଟନାୟକଙ୍କ ସମେତ ବ଼ହୁ ନେତୃବୃନ୍ଦ ବିଜେଡିପ୍ରତିଷ୍ଠା ଦିବସରେ ଯୋଗଦେବା ସହ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପର୍ଯ୍ୟବେକ୍ଷକ, ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ନେତୃବୃନ୍ଦ ସାମିଲ ହୋଇଥିଲେ । ଦଳର ନେତୃବୃନ୍ଦ କହିଥିଲେ ପ୍ରବାଦପୁରୁଷ ବିଜୁପଟନାୟକଙ୍କ ଆଦର୍ଶରେ ଗଠିତ ୨୫ ବର୍ଷ ତଳର ଶିଶୁ ବିଜେଡି ଆଜି ଶସକ୍ତ ବିଜେଡି ହୋଇଛି । ନବୀନ ପଟନାୟକଙ୍କ ସ୍ଵଛ ଶାସନ,୧୦୦ରୁ ଉର୍ଦ୍ଧ୍ବ ଗରିବୀ ଜନକଲ୍ୟାଣ ଯୋଜନା, ଯୁଗାନ୍ତକାରୀ ସ୍ମାର୍ଟ ହେଲଥ କାର୍ଡ ଯୋଜନା, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଯୋଜନା, ଆଦର୍ଶ ବିଦ୍ୟାଳୟ,ରୂପାନ୍ତକରଣ ଯୋଜନା, ଗମନା ଗମନ ଭିତ୍ତିଭୂମି, ମିଶନ ଶକ୍ତି ଯୋଜନା, ବସ୍ତି ବାସିନ୍ଦାଙ୍କୁ ପରିଚୟ, ଦିବ୍ୟାଙ୍ଗ କଯାଣ ଯୋଜନା, ହକର ମାନଙ୍କୁ ଚିହ୍ନଟ ଓ ଆର୍ଥିକ ଅନୁଥାନ, ଶ୍ରମ କଲ୍ୟାଣ ଯୋଜନା, ପଞ୍ଚାୟତ ସ୍ତରରେ ୫୦ ଭାଗ ମହିଳା ସଂରକ୍ଷଣ, ସାଂସଦରେ ମ଼ହିଳାଙ୍କ ପାଇଁ ୩୩ଭାଗ ସଂରକ୍ଷଣ ଦାବି, ବର୍ଷରେ ଦୁଇ ଦୁଇଟି ପ୍ରାକୃତିକ ବାତ୍ୟା ବିପର୍ଯ୍ୟୟ ମୁକାବୁଲା, ସ୍ୱାସ୍ଥ୍ୟ କ୍ଷେତ୍ରେରେ ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭିତ୍ତିଭୂମି ସ୍ଥାପନ, ଖାଦ୍ୟ ସୁରକ୍ଷା, ବିଦେଶୀ ପୁଞ୍ଜି ନିବେଶରେ ଗୁରୁତ୍ବପୁର୍ଣ ଭୂମିକା, କରୋନା ମୁକାବୁଲା୧୭ ରାଜ୍ୟକୁ ଅକ୍ସି ଜେନ ଯୋଗାଣ, ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୧ଲକ୍ଷରୁ ଉର୍ଦ୍ଧ୍ବ ୟୂନିଟ ରକ୍ତ ସଂଗ୍ରହ କରି ବହୁ ଅମୂଲ୍ୟ ଲୋକଙ୍କ ଜୀବନ ରକ୍ଷା, ବିଶ୍ୱ କପ ହକି କ୍ରୀଡା କ୍ରୀଡା ଆୟୋଜନ କରି ସାରା ବିଶ୍ୱରେ ଓଡିଶାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି, ପୁରୀ ଲିଙ୍ଗରାଜ ସମେତ ବହୁ ଦେବାଳୟ ସୁନ୍ଦର ପରିବେଶ ସୃଷ୍ଟି, ଇକୋ ଟୁରିଜମ ସୃଷ୍ଟି,ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା, ଇତ୍ୟାଦି ବହୁବିଧ ବୈପ୍ଳବିକ ପରିବର୍ତନ କରାଯାଇଛି । ତଥାପି ଦଳକୁ ଆଗକୁ ବଢିବାକୁ ପଡିବ ।ଅସହାୟ ଲୋକଙ୍କ ପାଇଁ ଏହା ଏକ ସମର୍ପିତ ଦଳ । ବିଜେଡି ଆଜି ସାରା ରାଇଜରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦଳର ଶ୍ରେୟ କର୍ମିଙ୍କ ତ୍ୟାଗ ନିଷ୍ଠା, ଉଦ୍ୟମ, ଶୃଙ୍ଖଳା ଯୋଗୁଁ ବିଜେଡି ଦଳ ଭାରତ ସମେତ ସାରା ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛି ବୋଲି ନେତୃଵୃନ୍ଦ ଖୋଲା ମଂଚରେ ଊପସ୍ଥିତ ୪୦୦୦ ରରୁ ଅଧିକ ଅଂଚଳବାସୀଙ୍କ ସମ୍ମୁଖରେ ବକ୍ତବ୍ୟ ରଖିଥିଲେ ।ସମାରୋହକୁ ଉତ୍ସବ ମୁଖର କରିବା ପାଇଁ ସାଂସ୍କୂତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେବିଜେଡି ପ୍ରତିଷ୍ଠା ଦିବସର ଉପସ୍ଥିତ ସମସ୍ତ ବିଜୁ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଆସନ୍ତା ୨୦୨୨ ନବବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ, ଖୁସି, ସୁଖ, ଶାନ୍ତି ଭରି ଦେଉ ବୋଲି ସଂଯୋଯିକା ପୀତିନନ୍ଦା କାନୁନଗୋ ଜଣାଇଥିଲେ ।


