୨୬/୧୧କୁ ମନେପକାଇଲା ସାରା ଦେଶ

ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ) : ଆଜି ବି ମନେପଡେ ୨୬ /୧୧ର ସେଇ କଳା ରାତି । କେହି କିଛି ଭାବିବା ପୂର୍ବରୁ ଆତଙ୍କବାଦୀମାନେ ପଶି ସାରିଥିଲେ ଦେଶର ଆର୍ଥିକ ସହର ମୁମ୍ବାଇରେ । ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇରେ ଲୋମହର୍ଷଣକାରୀ ଆତଙ୍କୀ ହମଲାରେ ୧୬୦ରୁ ଉର୍ଦ୍ଧ ଲୋକେ ମୃତ୍ୟୁବରଣ କରିଥଲେ । ମଙ୍ଗଳବାର ସାରା ଦେଶ ୨୬/୧୧ ଆକ୍ରମଣର ୧୧ତମ ବାର୍ଷିକୀରେ ଶହୀଦ ବୀରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆତଙ୍କବାଦମାନେ ମୁମ୍ବାଇର ତାଜ୍‌ ହୋଟେଲ ସମେତ ୬ଟି ଜାଗାରେ ଆକ୍ରମଣ କରିଥିଲେ। ସବୁଠାରୁ ଅଧିକ ଲୋକ ଛତ୍ରପତି ଶିବାଜୀ ଟର୍ମିନସ୍‌ରେ ପ୍ରାଣ ହରାଇଥିଲେ। ତାଜ୍‌ ହୋଟେଲରେ ୩୧ଜଣ ଲୋକ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। କରକରେ ନିଜ ଘରେ ରାତି ପ୍ରାୟ ୯ଟା ୪୫ରେ ରାତ୍ରୀଭୋଜନ କରୁଥିଲେ। ଏହି ସମୟରେ ଛତ୍ରପତି ଶିବାଜୀ ଟର୍ମିନସ୍‌ ଉପରେ ଆତଙ୍କୀ ଆକ୍ରମଣ ହେବାର ଖବର ତାଙ୍କୁ ଫୋନ୍‌ରେ ମିଳିଥିଲା। ସେ ଟିଭି ଦେଖି ଏହି ମାମଲା ଗମ୍ଭୀର ବୋଲି ବୁଝିଯାଇଥିଲେ। ଆଉ କାଳ ବିଳମ୍ବ ନ କରି କରକରେ ନିଜ ଡ୍ରାଇଭର ଏବଂ ବଡିଗାର୍ଡଙ୍କ ସହିତ ବାହାରିଗଲେ। ସିଏସ୍‌ଟିଠାରେ ପହଞ୍ଚିବା ପରେ ସେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଷ୍ଟେଶନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ କେହି ନ ଥିଲେ। ଏହାପରେ ସେ କାମା ହସ୍ପିଟାଲ ଆଡ଼କୁ ମୁହାଁଇଲେ। ଏହି ସମୟରେ ସେଣ୍ଟ ଜାଭିୟର୍ସ କଲେଜ ପାଖ ଏକ ସରୁ ଗଳିରେ ଆତଙ୍କବାଦୀମାନେ ଏକେ-୪୭ରେ ତାଙ୍କ ଗାଡ଼ି ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ହେମନ୍ତ କରକରେଙ୍କ ସହ ଅନ୍ୟ ପୋଲିସ କର୍ମୀମାନେ ମଧ୍ୟ ଶହୀଦ ହୋଇଗଲେ। କରକରେଙ୍କ ବୀରତା ପାଇଁ ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚନ୍ଦ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁମ୍ବାଇରେ ଏହି ଆକ୍ରମଣ ଘଟାଇଥିବା ଆତଙ୍କୀ ସଙ୍ଗଠନ ଥିଲା ଲଶ୍‌କର-ଏ-ତୈୟବା। ୧୦ଜଣ ଆତଙ୍କବାଦୀ ଅଟୋମେଟିକ୍‌ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଜଣେ ଆତଙ୍କୀ ଅଜମଲ କସାବଙ୍କୁ ଜୀବିତ ଅବସ୍ଥାରେ କାବୁ କରାଯାଇଥିଲା। ୩ ମାସରେ ତାଙ୍କ ଉପରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା। ଏକ ବର୍ଷ ପରେ ଏହି ଆକ୍ରମଣରେ ସାମିଲ ଥିବା ଡେଭିଡ୍‌ କୋଲ୍‌ମ୍ୟାନ୍‌ ହେଡଲି ୧୮ ମାର୍ଚ୍ଚ ୨୦୧୦ରେ ନିଜ ଦୋଷ ସ୍ୱୀକାର କରିଥିଲେ। ଆଉ ୨୧ ନଭେମ୍ବର ୨୦୧୨ରେ କସାବଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ