ବ୍ରହ୍ମପୁରରେ ପୂର୍ବ ଶତୃତାରୁ ନିର୍ମମ ହତ୍ୟା, ବାପା ମୃତ ପୁଅ ଗୁରୁତର

ବ୍ରହ୍ମପୁର (ଅନିଲ କୁମାର): ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଝାଡାଙ୍କୁଲି -ସାତକୁଟୁଣି ଗ୍ରାମ ମଝିରେ ପୂର୍ବଶତୃତାକୁ ନେଇ ସଶସ୍ତ୍ର ଆକ୍ରମଣ ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଝାଡାଙ୍କୁଲି ଗ୍ରାମର କୋରାସେଠୀ ପରିବାର ସହ କେତେକ ବ୍ୟକ୍ତିଙ୍କ ଶତୃତା ଲାଗିରହିଥିବା ଓ ଆଜି ରାତି ପ୍ରାୟ ୯ ଟା ବେଳେ ଉକ୍ତ ବ୍ୟକ୍ତିମାନେ ଗଣ୍ଡଗୋଳ କରି ଉଚ୍ଚବାଚ ହୋଇଥିବା ଏବଂ ଉକ୍ତ ସମୟରେ କୋରାସେଠୀ ଓ ତାଙ୍କ ପୁଅ ପ୍ରଶାନ୍ତ ସେଠୀ ପ୍ରତିବାଦ କରିବାରୁ ସେମାନଙ୍କୁ ଖଣ୍ଡା, କାତି, ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ କୋରାସେଠୀ ମୃତ୍ୟୁବରଣ କରିଥିବା ବେଳେ ପୁଅ ପ୍ରଶାନ୍ତ ସେଠୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉ୍‌ଥିବା ଜଣାପଡିଛଛି । ଖବର ପାଇଁ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ