୩୫ ବର୍ଷ ପୂର୍ବରୁ ଶିଶୁର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ମାଙ୍କଡ଼ ହୃଦୟ !
ବିଜ୍ଞାନ ଏମିତି କାମକୁ ସମ୍ଭବ କରିଥାଏ ଯାହା ବିଷୟରେ ଚିନ୍ତା ବି କରି ହୋଇ ନଥାଏ । ଆଜି ଆମେ ଏମିତି ଏକ ଘଟଣା ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୩୫ବର୍ଷ ପୂର୍ବରୁ ୧୯୮୪ରେ ଏକ ଶିଶୁର ଶରୀରରେ ମାଙ୍କଡ଼ ହୃଦୟ ପ୍ରତ୍ୟାରୋପଣ କରାଯାଇଥିଲା । ଶିଶୁର ନାମ କାୟ ଥିଲା । ଆସନ୍ତୁ ଜାଣିବା ମାଙ୍କଡ଼ ହୃଦୟ ପ୍ରତ୍ୟାରୋପଣ ପରେ ଶିଶୁଟି ସହିତ କ’ଣ ଘଟିଥିଲା । ୧୯୮୪ ମସିହା ଅକ୍ଟୋବର ୧୪ ତାରିଖରେ କାୟ ନାମକ ଏହି ଶିଶୁର ହାଇପୋପ୍ଲାଷ୍ଟିକ୍ ଲେପ୍ଟ ହାର୍ଟ ସିଣ୍ଡ୍ରୋମ ସହିତ ଜନ୍ମ ନେଇଥିଲା । ଏହା ଏକ ଦୁର୍ଲ୍ଲଭ ଜନ୍ମଜ ହୃଦୟ ରୋଗ ବୋଲି କୁହାଯାଏ । ଏହି ରୋଗ ଥିଲେ ହୃଦୟର ବାମ ପାଶ୍ୱର୍ ବିକଶିତ ହୋଇ ନଥାଏ । ଏହା ମହାଧମନୀ ଓ ମହାଧମନୀ ମାଇଟ୍ରଲ ବାଲଭକୁ ପ୍ରଭାବିତ କରିଥାଏ । ଏପରି ରୋଗ ଥିବା ଶିଶୁ ଦୁଇ ସପ୍ତାହରୁ ଅଧିକ ଦିନ ଜୀବିତ ରହି ପାରନ୍ତି ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କାୟା ଶରୀରରେ ମାଙ୍କଡ ହୃଦୟ ପ୍ରତ୍ୟାରୋପଣ କରିବା ପରେ ସେ ୨ ସପ୍ତାହରୁ ଅଧିକ ଦିନ ଜୀବିତ ରହିଥିଲା । କାୟଙ୍କ ଏହି ଅସ୍ତ୍ରୋପଚାରକୁ ୩୫ବର୍ଷ ପୂରା ହୋଇସାରିଛି । ଡାକ୍ତର ଲିୟୋନାର୍ଡ ବେଲିଙ୍କ କହିବାନୁସାରେ, ହାଇପୋପ୍ଲାଷ୍ଟିକ୍ ଲେପ୍ଟ ହାର୍ଟ ସିଣ୍ଡ୍ରୋମ ସହିତ ଜନ୍ମ ହୋଇଥିବା ଶିଶୁ ଅତିକମ୍ରେ ୨ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିଥାଆନ୍ତି । କାୟର ହୃଦୟ ପ୍ରତ୍ୟାରୋପଣ କରିବା ଜରୁରୀ ଥିଲା । କାୟର ହୃଦୟକୁ ଛାଡ଼ିଦେଲେ ଶରୀରର ଅନ୍ୟ ସବୁ ଅଙ୍ଗ ଠିକ୍ ରହିଥିଲା । ହୃଦୟ ପ୍ରତ୍ୟାରୋପଣ କରିଦେଲେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯିବ ବୋଲି କୁହାଯାଇଥିଲା । ଏମିତିରେ ଗୋଟିଏ ମଣିଷର ହୃଦୟକୁ ଅନ୍ୟ ଜଣଙ୍କ ହୃଦୟରେ ପ୍ରତ୍ୟାରୋପଣ କରିବା ୧୯୬୭ରେ ଆରମ୍ଭ ହୋଇଥିଲା । କିନ୍ତୁ କାୟାଙ୍କ କ୍ଷେତ୍ରରେ କଥା ଟିକେ ଅଲଗା ଥିଲା, ଏତେ ଛୋଟ ଶିଶୁକୁ କିଏବା ହୃଦୟ ଦେବ । ସେହି ସମୟରେ ବି କୌଣସି ଡାକ୍ତର ଏତେ ଛୋଟ ଶିଶୁର ହୃଦୟ ପ୍ରତ୍ୟାରୋପଣ କରି ନଥିଲେ । ଏହା ପରେ ଡାକ୍ତର ଶିଶୁ ଶରୀରରେ ଅନ୍ୟ ପ୍ରଜାତିର ହୃଦୟ ଲଗାଇବାକୁ ସ୍ଥିର କରିଥିଲେ । ୧୯୬୪ ମସିହାରେ ମନୁଷ୍ୟ ଶରୀରରେ ପଶୁଙ୍କ ହୃଦୟ ପ୍ରତ୍ୟାରୋପଣ କରାଯାଇଥଲା, କିନ୍ତୁ ଏହା ଅସଫଳ ରହିଥିଲା । ଏହା ପରେ କିଛି ଅଲଗା ପ୍ରୟାସ କରାଯାଇଥିଲା । ଏହି ପ୍ରୟାସ ପରେ ଡାକ୍ତର ବେଲିଙ୍କୁ କାୟ ଶରୀରରେ ମାଙ୍କଡ଼ ହୃଦୟ ପ୍ରତ୍ୟାରୋପଣ କରିବା ଲାଗି ଅନୁମତି ମିଳିଯାଇଥିଲା । କାୟା ସେତେବେଳକୁ ୧୨ଦିନର ହୋଇଯାଇଥିଲା । ଧୀରେ ଧୀରେ ତା’ ଶରୀର ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା । ୧୯୮୪ ମସିହା ଅକ୍ଟୋବର ୨୬ ତାରିଖ ଦିନ ସର୍ଜନ୍ଙ୍କ ଟିମ୍ କାୟାଙ୍କ ହୃଦୟ ଅସ୍ତ୍ରୋପଚାର କରି ମାଙ୍କଡ ହୃଦୟ ଲଗାଇଥିଲେ । ଅସ୍ତ୍ରୋପଚାର ସମୟରେ ଡାକ୍ତର କାୟ ଶରୀରରେ ମାଙ୍କଡ ହୃଦୟ ପ୍ରତ୍ୟାରୋପଣ କରିବା ପରେ ତାହା ସ୍ପନ୍ଦନ ହେବାକୁ ଲାଗିଥିଲା । ଯାହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ କୌଣସି ପଶୁର ହୃଦୟ ମନୁଷ୍ୟ ଶରୀରେ ସ୍ପନ୍ଦନ ହେବା କିଛି ଚମକ୍ରାରଠାରୁ କମ୍ ନଥିଲା । କିନ୍ତୁ ଏହି ଖୁସି କିଛି ଦିନ ପାଇଁ ଥିଲା । କାୟାଙ୍କ ଅସ୍ତ୍ରୋପଚାର ୧୪ଦିନ ପରେ ଶରୀର ଅବସ୍ଥା ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିଲା । ୧୯୮୪ ନଭେମ୍ବର ୧୫ରେ କାୟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ଏହି ହୃଦୟ ପ୍ରତ୍ୟାରୋପଣ ମେଡିକାଲ ଦୁନିଆରେ ଇତିହାସ ହୋଇଯାଇଥିଲା । ଏହା ପ୍ରଥମ ଘଟଣା ଥିଲା । ମନୁଷ୍ୟ ଶରୀରରେ କୌଣସି ପଶୁ ହୃଦୟ ପ୍ରତ୍ୟାରୋପଣ କରାଯାଇଥିଲା, ଆଉ ତାହା କିଛି ଦିନ ପାଇଁ ବି ମଣିଷକୁ ଜୀବିତ କରି ରଖିପାରିଥିଲା ।