ଦୁଇମୁହାଁ ସାପ
ନୂଆଦିଲ୍ଲୀ: ଚୀନର ଏକ ଭିଡିଓ ସାସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଚାଷୀଙ୍କ ଘର ଭିତରକୁ ଦୁଇମୁହାଁ ସାପ ପଶି ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଚାଷୀ ଭୟଭୀତ ହୋଇପଡିଥିଲେ । ଦୁଇଟି ମୁହଁ ଥିବା ସାପର ଏହି ଭିଡିଓ ଟୁଇଟରରେ ବି ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ମୁହଁ ଥିବା ସାପ ଚଟାଣରେ ଚାଲୁଛି ଓ ଲୋକମାନେ ତାହାର ଏକ ଭିଡିଓ ବନାଉଛନ୍ତି । ପ୍ରକାଶିତ ରିପୋର୍ଟ ମୁତାବକ, ଚୀନର ହେବିର ସେନଜହୋଉ ସହରରେ ବାସବାସ କରୁଥିବା ଜଣେ ଚାଷୀଙ୍କ ଘର ଭିତରକୁ ଆକସ୍ମିକ ଭାବେ ଏକ ଦୁଇମୁହାଁ ସାପ ପଶି ଆସିଥିଲା । କିଛି ସମୟ ଭିତରେ ତାହା ପୁଣି ଆପଣାଛାଏଁ ବାହାରିଯାଇଥିଲା । ଏହି ସାପକୁ ଦେଖି କିଛି ଲୋକ ଭିଡିଓ ପ୍ରସ୍ତୁତ କରୁଥିବାବେଳେ ଆଉ କିଛି ଲୋକ ଏଭଳି ସାପ ପ୍ରଥମ ଥର ପାଇଁ ଦେଖିଥିବା କହିଥିଲେ । ଅକ୍ଟୋବର ୨୩ରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏଯାବତ ୨୧ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୩୦୦ରୁ ଅଧିକ ଲାଇକ୍ ଓ ୧୦୦ରୁ ଅଧିକ ରି-ଟୁଇଟ ମିଳିସାରିଛି ।


