୩୮୧୭ ଜଣ ମୃତ୍ୟୁ, ୧୦୫ ଦେଶକୁ ସଂକ୍ରମଣ କଲା କରୋନା
ଜେନେଭା : ବିଶ୍ୱବ୍ୟାପୀ ମହାମାରୀ ଭାବରେ ଇତିହାସରେ ପ୍ରଥମେ କରୋନା ଭୁତାଣୁ ସଂକ୍ରମଣ କରିବାରେ ଲାଗିଛି । ଏହାକୁ ନେଇ ବିଶ୍ଵବ୍ୟାପୀ ଆତଙ୍କ ଖେଳି ଯାଇଥିବାବେଳେ ଦିନକୁ ଦିନ ଏହା ଗୋଟିଏ ପରେ ଅନ୍ୟ ଗୋଟେ ଦେଶକୁ ବ୍ୟାପିବାକୁ ଲାଗିଛି । ଫଳରେ ବିଶ୍ୱବ୍ୟାପୀ ବିପଦ ଦେଖାଦେଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଡିଆଜାଇଛି । କରୋନା ଭୂତାଣୁ ୧୦୦ରୁ ଅଧିକ ଦେଶରେ ପ୍ରଭାବ ବିସ୍ତାର କରିସାରିଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନୋମ୍ ଘେବ୍ରିୟେସସ୍ କହିଛନ୍ତି ଯେ ଏହି ଭୂତାଣୁ ବିଭିନ୍ନ ଦେଶରେ ତା’ର କାୟା ବିସ୍ତାର କରିଥିବାରୁ କରୋନା ମହାମାରୀ ସମଗ୍ର ବିଶ୍ୱକୁ ବ୍ୟାପିବାର ଭୟ ଦେଖାଦେଇଛି । ଫଳରେ ଚିନ୍ତାରେ ବର୍ତମାନ ସମଗ୍ର ବିଶ୍ୱ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ କହିଛନ୍ତି ଯେ ଏହାକୁ ବିଭିନ୍ନ ଦେଶର ସରକାର, ବାଣିଜ୍ୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷମାନେ ନିୟନ୍ତ୍ରଣ କରିବାକୁ ସାମୂହିକ ଉଦ୍ୟମ ଚଳାଇଛନ୍ତି ।