୩ ଦିନ ଧରି ଚାଲିବ ରାଧାକୃଷ୍ଣଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ଗ୍ରାମରେ ୩ ଦିନ ଧରି ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ସୋମବାର ଶୁଭାଧିବାସ, ଅଙ୍କୁରୋତ୍ସବ, କଳସ ଶୋଭାଯାତ୍ରା, ଧାନ୍ୟାଧିବାସ, ମଙ୍ଗଳବାର ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ସ୍ତମ୍ଭ ତୋରଣ ପୂଜା, ଅଗ୍ନିସ୍ଥାପନ, ଯଜ୍ଞରାମ୍ଭ, ଦେବତାଙ୍କ ନଗର ପରିକ୍ରମା, ମହାଭିଷେକ ସ୍ନାନ, ଦେବତା ନ୍ୟାସ, ରତ୍ନ ସିଂହାସନ ପ୍ରତିଷ୍ଠା, ଶିଖରୀ ସ୍ନାନ, ମନ୍ଦିର ପ୍ରତିଷ୍ଠା, ପ୍ରବଚକ ଅଧିକାରୀ ବାବାଙ୍କ ଦ୍ୱାରା ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ଦେବ ପ୍ରବେଶ, ଷୋଡଶୋପଚାର ପୂଜା, ଗୀତାଯଜ୍ଞ, ରାଧାକୃଷ୍ଣଙ୍କ ସହସ୍ର ନାମଯଜ୍ଞ, ପୂର୍ଣ୍ଣାହୂତି, ସନ୍ଧ୍ୟାରେ ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୩ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନନ୍ଦ ପରିବାର ଓ ବେଗନା ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।


