୯୨ ବର୍ଷରେ ପଦାର୍ପଣ କଲା ଗୋପିନାଥପୁର ଗୋବିନ୍ଦ ଜୀଉ ମେଳନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ସର୍ବପୁରାତନ ଗୋବିନ୍ଦ ଜୀଉ ମେଳନ ୯୨ ବର୍ଷରେ ପଦାର୍ପଣ କରିଛି । ୧୯୩୨ ମସିହାରେ ତତ୍କାଳୀନ ଗୋପିନାଥପୁର ଗ୍ରାମର କିଛି ମୁରବିଙ୍କ ପ୍ରସ୍ତାବ କ୍ରମେ ଗୋପିନାଥପୁର, ତାଜିପୁର, ତୁଳସୀପୁର ଗ୍ରାମର ଜନସାଧାରଣଙ୍କ ସହଯୋଗରେ ଗୋପିନାଥପୁର ଗ୍ରାମରେ ଗୋବିନ୍ଦ ଜୀଉ ମେଳନ ଆରମ୍ଭ ହୋଇଥିଲା । ଗ୍ରାମବାସୀ ମାନେ ଦୋଳ କମିଟି କରି ପ୍ରତି ଘରୁ ସମ୍ବଳ ସଂଗ୍ରହ କରି ପାରମ୍ପରିକ ବାଦ୍ୟଯନ୍ତ୍ର, ଭଜନ, କୀର୍ତ୍ତନ, ରୋଷଣୀ ସହିତ ଗୋବିନ୍ଦ ଜୀଉ ବିମାନ ସହିତ ଶତାଧିକ ରାଧାକୃଷ୍ଣ ବିମାନକୁ ତୁଳସୀପୁର, ତାଜିପୁର, ଗୋପିନାଥପୁର ଗ୍ରାମ ପରିକ୍ରମା କରାଇ ବିମାନ ମଣ୍ଡପ ପାଖକୁ ହଜାର ହଜାର ଶ୍ରଦ୍ଧାଳୁ ପାଛୋଟି ନେଇଥାନ୍ତି । ଏହି ମେଳନର ମୁଖ୍ୟ ଆକର୍ଷଣ ହେଲା ବାଲେଶ୍ୱର ଜିଲା ଖଇରା ବ୍ଲକ ବେଲଗଢିଆ ଗ୍ରାମରୁ ଆସୁଥିବା ଗୋବିନ୍ଦ ଜୀଉ । ଭଦ୍ରକ ଜିଲାର ବନ୍ତ ଓ ଭଦ୍ରକ ବ୍ଲକ, ବାଲେଶ୍ୱର ଜିଲାର ଖଇରା, କେନ୍ଦୁଝର ଜିଲାର ହାଟଡିହୀ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଗୋବିନ୍ଦ ଜୀଉଙ୍କୁ ଦର୍ଶନ କରି ଭୋଗ ଲଗାଇବା ସହିତ ସମବେତ ଶତାଧିକ ରାଧାକୃଷ୍ଣ ବିମାନକୁ ଦର୍ଶନ କରିଥାନ୍ତି । ପ୍ରକାଶ ଥାଉକି, ଗୋବିନ୍ଦ ଜୀଉଙ୍କୁ ମାନସିକ କଲେ ତାହା ପୂରଣ ହୋଇଥାଏ । ଏଥିପାଇଁ ଏହି ମେଳନରେ ବହୁ ମାନସିକଧାରୀଙ୍କ ଭିଡ ଦେଖିବାକୁ ମିଳେ । ଏହି ମେଳନ ଉପଭୋଗ କରିବା ପାଇଁ ଆଖପାଖ ଗ୍ରାମର ବିବାହିତ ଝିଅ ମାନେ ପିଲାଛୁଆ ଧରି ବାପ ଘରକୁ ଆସିଥାନ୍ତି । ଏହି ମେଳନରେ ବିଭିନ୍ନ ସାମଗ୍ରୀ ଲୋକ ମାନେ ବର୍ଷକ ପାଇଁ କ୍ରୟ କରିଥାନ୍ତି । ବିଶେଷ ଭାବେ କଞ୍ଚା ହଳଦୀ, ଲୁହା ସାମଗ୍ରୀ, ଛାଞ୍ଚୁଣୀ, ପହଁରା, ଚଟେଇ ସହିତ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଥାନ୍ତି । ଏଥିସହିତ ଝିଅ ବୋହୁ, ଯୁବକ ମାନେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇ ମଜା ଉଠାଇଥାନ୍ତି । ଦୋଳପର୍ବ ଦିନ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥାଏ । ସ୍ଥାନୀୟ ପ୍ରଶାସନର ସହଯୋଗ ଓ ଗ୍ରାମବାସୀଙ୍କ ଅନୁଦାନରେ ପ୍ରତିବର୍ଷ ଗ୍ରାମ ମେଳନ ତଥା ଦୋଳ କମିଟି ଶାନ୍ତି ଶୃଂଖଳାର ସହିତ ଗୋବିନ୍ଦ ଜୀଉ ମେଳନ ହୋଇଆସୁଛି । ସେହିପରି ମେଳନ ପଡିଆ ପାଖରେ ଗ୍ରାମବାସୀ ମାନଙ୍କ ସହଯୋଗ ଓ ଅନୁଦାନରେ ୧୯୮୦ ମସିହା ଠାରୁ ଯଜ୍ଞ କମିଟି ମାଧ୍ୟମରେ ୨ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି ।ନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ସର୍ବପୁରାତନ ଗୋବିନ୍ଦ ଜୀଉ ମେଳନ ୯୨ ବର୍ଷରେ ପଦାର୍ପଣ କରିଛି । ୧୯୩୨ ମସିହାରେ ତତ୍କାଳୀନ ଗୋପିନାଥପୁର ଗ୍ରାମର କିଛି ମୁରବିଙ୍କ ପ୍ରସ୍ତାବ କ୍ରମେ ଗୋପିନାଥପୁର, ତାଜିପୁର, ତୁଳସୀପୁର ଗ୍ରାମର ଜନସାଧାରଣଙ୍କ ସହଯୋଗରେ ଗୋପିନାଥପୁର ଗ୍ରାମରେ ଗୋବିନ୍ଦ ଜୀଉ ମେଳନ ଆରମ୍ଭ ହୋଇଥିଲା । ଗ୍ରାମବାସୀ ମାନେ ଦୋଳ କମିଟି କରି ପ୍ରତି ଘରୁ ସମ୍ବଳ ସଂଗ୍ରହ କରି ପାରମ୍ପରିକ ବାଦ୍ୟଯନ୍ତ୍ର, ଭଜନ, କୀର୍ତ୍ତନ, ରୋଷଣୀ ସହିତ ଗୋବିନ୍ଦ ଜୀଉ ବିମାନ ସହିତ ଶତାଧିକ ରାଧାକୃଷ୍ଣ ବିମାନକୁ ତୁଳସୀପୁର, ତାଜିପୁର, ଗୋପିନାଥପୁର ଗ୍ରାମ ପରିକ୍ରମା କରାଇ ବିମାନ ମଣ୍ଡପ ପାଖକୁ ହଜାର ହଜାର ଶ୍ରଦ୍ଧାଳୁ ପାଛୋଟି ନେଇଥାନ୍ତି । ଏହି ମେଳନର ମୁଖ୍ୟ ଆକର୍ଷଣ ହେଲା ବାଲେଶ୍ୱର ଜିଲା ଖଇରା ବ୍ଲକ ବେଲଗଢିଆ ଗ୍ରାମରୁ ଆସୁଥିବା ଗୋବିନ୍ଦ ଜୀଉ । ଭଦ୍ରକ ଜିଲାର ବନ୍ତ ଓ ଭଦ୍ରକ ବ୍ଲକ, ବାଲେଶ୍ୱର ଜିଲାର ଖଇରା, କେନ୍ଦୁଝର ଜିଲାର ହାଟଡିହୀ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଗୋବିନ୍ଦ ଜୀଉଙ୍କୁ ଦର୍ଶନ କରି ଭୋଗ ଲଗାଇବା ସହିତ ସମବେତ ଶତାଧିକ ରାଧାକୃଷ୍ଣ ବିମାନକୁ ଦର୍ଶନ କରିଥାନ୍ତି । ପ୍ରକାଶ ଥାଉକି, ଗୋବିନ୍ଦ ଜୀଉଙ୍କୁ ମାନସିକ କଲେ ତାହା ପୂରଣ ହୋଇଥାଏ । ଏଥିପାଇଁ ଏହି ମେଳନରେ ବହୁ ମାନସିକଧାରୀଙ୍କ ଭିଡ ଦେଖିବାକୁ ମିଳେ । ଏହି ମେଳନ ଉପଭୋଗ କରିବା ପାଇଁ ଆଖପାଖ ଗ୍ରାମର ବିବାହିତ ଝିଅ ମାନେ ପିଲାଛୁଆ ଧରି ବାପ ଘରକୁ ଆସିଥାନ୍ତି । ଏହି ମେଳନରେ ବିଭିନ୍ନ ସାମଗ୍ରୀ ଲୋକ ମାନେ ବର୍ଷକ ପାଇଁ କ୍ରୟ କରିଥାନ୍ତି । ବିଶେଷ ଭାବେ କଞ୍ଚା ହଳଦୀ, ଲୁହା ସାମଗ୍ରୀ, ଛାଞ୍ଚୁଣୀ, ପହଁରା, ଚଟେଇ ସହିତ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଥାନ୍ତି । ଏଥିସହିତ ଝିଅ ବୋହୁ, ଯୁବକ ମାନେ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇ ମଜା ଉଠାଇଥାନ୍ତି । ଦୋଳପର୍ବ ଦିନ ରାତିରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥାଏ । ସ୍ଥାନୀୟ ପ୍ରଶାସନର ସହଯୋଗ ଓ ଗ୍ରାମବାସୀଙ୍କ ଅନୁଦାନରେ ପ୍ରତିବର୍ଷ ଗ୍ରାମ ମେଳନ ତଥା ଦୋଳ କମିଟି ଶାନ୍ତି ଶୃଂଖଳାର ସହିତ ଗୋବିନ୍ଦ ଜୀଉ ମେଳନ ହୋଇଆସୁଛି । ସେହିପରି ମେଳନ ପଡିଆ ପାଖରେ ଗ୍ରାମବାସୀ ମାନଙ୍କ ସହଯୋଗ ଓ ଅନୁଦାନରେ ୧୯୮୦ ମସିହା ଠାରୁ ଯଜ୍ଞ କମିଟି ମାଧ୍ୟମରେ ୨ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ