୫ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସଆଇ

କେନ୍ଦ୍ରାପଡା-(ଯୁଗାବ୍ଦ ନ୍ୟୁଜ୍) ଥାନାରେ ରୁଜୁ ହୋଇଥିବା ଏକ ମାମଲାର ରଫାଦଫା କରିଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଆଳି ଥାନାର ଏଏସଆଇ ରଣେନ୍ଦ୍ର ସାମଲ । ଘଟଣାରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମର ପୂର୍ବତନ ସେନା ଅଧିକାରୀ ବାନାମ୍ବର ଦାସଙ୍କ ନାମରେ ୯୪/୨୦୧୯ରେ ସେହି ଥାନାରେ ଏକ ପାରିବାରିକ ଗଣ୍ଡଗୋଳ ମାମଲା ରହିଥିଲା । ମାମଲାର ରଫାଦଫା କରିଦେବା ସହିତ ସେହି ମାମଲାରେ ପୋଲିସ ଜବତ କରିଥିବା ଏକ ଗାଡିକୁ ମୁକୁଳାଇବା ନିମନ୍ତେ ଏ.ଏସ.ଆଇ. ସାମଲ ୫ହଜାର ଟଙ୍କା ଦାବି କରିଥିଲେ । ବାନାମ୍ବର ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ଦାୟର କରାଯାଇଥିଲା । ଆଜି ମଧ୍ୟାହ୍ନରେ ଆଳିସ୍ଥିତ ସରକାରୀ ବାସଭବନରେ ଏଏସଆଇ ଶ୍ରୀ ସାମଲ ବାନାମ୍ବରଙ୍କ ଠାରୁ କେମିକାଲ ବୋଳା ହୋଇଥିବା ୫ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଶ୍ରୀ ସାମଲଙ୍କ ଠାରୁ ଲାଂଚ ନେଇଥିବା ୫ହଜାର ଟଙ୍କା ଜବତ କରାଯିବା ସହିତ ତାଙ୍କ ହାତ ପାଣିରେ ଧୋଇବାରୁ ତାଙ୍କ ହାତରୁ ନାଲିରଙ୍ଗର ପାଣି ବାହାରିଥିଲା । ଭିଜିଲାନ୍ସ ବିଭାଗ ଶ୍ରୀ ସାମଲଙ୍କୁ ଗିରଫ କରି ସେଠାରୁ ନେଇ ଆସିଥିବା ବେଳେ ତାଙ୍କୁ କଟକ ଏସପି କାର୍ଯ୍ୟାଳୟକୁ ନିଆଯାଇଛି । ଶ୍ରୀ ସାମଲଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ପଠାଯିବ ବୋଲି ଜଣାପଡିଛି । କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ଏହି ଚଢାଉ ଅନୁଷ୍ଟିତ ହୋଇଥିଲା । ଡିଏସପି ଶ୍ରୀ ରାୟଗୁରୁଙ୍କ ଠାରୁ ମିଳିଥିବା ସୁଚନା ଅନୁଯାଇ ଗିରଫ ଏଏସଆଇ ଶ୍ରୀ ସାମଲଙ୍କ ଆଳିସ୍ଥିତ ସରକାରୀ ବାସଭବନ,କେନ୍ଦ୍ରାପଡାର ଗୋପଛକସ୍ଥିତ ବାସଭବନ ସମେତ ତାଙ୍କ ପୈତୃକ ଗୃହ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଅଂଚଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଯାରିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ