୫୬ କେଜି ଗଞ୍ଜେଇ ଜବତ, ୨ ଗିରଫ
ଜୟପୁର,(ୱାଇଏନ୍ଏସ୍): ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁର ସଦର ପୋଲିସ ଚଢାଉ କରିଛି । ଏହି ମାମଲାରେ ୨ ଜଣ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସେଣ୍ଟାଲ ଦିଲ୍ଲୀ ଜି ମୁରୁଗାନ (୪୦) ଦିଲ୍ଲି ର କେ ଆଇଆର (୫୧) । ଜୟପୁର ସଦର ପୋଲିସ ବି ବିଶେଷ ସୁତ୍ର ରୁ ଖବର ପାଇ ଜୟପୁର ପାତ୍ରପୁଟ ବ୍ରିଜ ଠାରେ ଅଟକି ରହିଥିଲା । ମାରୁଡି େଓଗନର କାରରେ ଏଚଆର ୨୬- ଏଆର ୫୯୩୨ ଗଞ୍ଜେଇ ଚାଲାଣ ହେଉଥିଲା । ଲମତାପୁଟ ଠାରୁ ଜୟପୁର ଦେଇ ଦିଲ୍ଲି ଚାଲାଣ ହେଉଥିଲା । ସଦର ଥାନା ଅଧିକାରି ଆଦିତ୍ୟ ମହାକୁର ଉକ୍ତ କାରକୁ ଯାଞ୍ଚ କରିଥିଲେ । ସେଥିରୁ ୫୬ କେଜି ୭ ଶହ ଗଞ୍ଜେଇ ଜବତ କରିଥିଲେ । ଯାହାର ଆନୁମାନିକ ମୁଲ୍ୟ ୫ ଲକ୍ଷ ହେବ ବୋଲି ପୋଲିସ ସୁଚନା ଦେଇଛି । ଗିରଫ ଅଭିଯୁକ୍ତ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।