୫୯ ନଂ ଜୋନ୍ ବିଜେଡି ହାତରେ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ୫୯ ଜିଲା ପରିଷଦ ଜୋନ୍ରେ ଗଣତିରେ ଶନିବାର ରାତ୍ର ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ୫୯ ଜିଲା ପରିଷଦ ଜୋନ୍କୁ ବିଜେଡି ହାତେଇ ଥିବା ବେଳେ ଦୁତୀୟସ୍ଥାନରେ କଂଗ୍ରେସ ଏବଂ ତୃତୀୟସ୍ଥାନରେ ବି ଜେ ପି ରହିଥିବା ଜଣାପଡିଛି । ସେହିଭଳି ଅନ୍ୟାନ୍ୟ ବିଜେଡି ସମର୍ଥିତ ପ୍ରାଥୀମାନେ କଂସାମାରି ସରପଂଚ, ସମିତି ସଭ୍ୟ ଓ ପଦ୍ମପୁର ସରପଞ୍ଚ ସମିତି ସଭ୍ୟ ପଟୀଗୁଡ଼ା ସରପଞ୍ଚ ବିଜୟୀ ହୋଇଥିବା ଜଣାପଡିଛି l ଏହି ଗଣତି ତିନି ଦିନ ଚାଲିବାକୁ ଥିବା ବେଳେ ୨୭ ରେ ୬୦ଟି ଏବଂ ୨୮ରେ ବାକି ଥିବା ୬୧/୬୨ ଜୋନ୍ର ଫଳାଫଳ ପ୍ରକାଶ ପାଇବ।


