୫-ଟିରେ ଯୋଡି ହେବ ଶ୍ରମ ବିଭାଗ !
ଭୁୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ପ୍ରଶାସନକୁ କ୍ରୀୟାଶୀଳ କରିବା ସହ ଲୋକାଭିମୁଖୀ କରିବା ପାଇଁ ଆରମ୍ଭ କରିଥିବା ୫-ଟି ଅଧିନକୁ ଆସିବ ଶ୍ରମ ବିଭାଗ । ଏହା ସହ ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ । ବିଦେଶରେ ରହି କାମ କରୁଥିବା ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଖୁବ ଶୀଘ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷାଣା କରିବେ ବୋଲି ଜଣାପଡିଛି । ବିଦେଶରେ ରହି କାମ କରୁଥିବା ଶ୍ରମିକମାନଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ରାଜ୍ୟ ସରକାର ଏକକ।ର୍ଯ୍ୟ।ଳୟ ଖୋଲିବେ ଯେଉଁଥିରେ ବିଦେଶରେ କାମ କରୁଥିବା ଶ୍ରମିକମାନେ ନିଜର ଅସୁବିଧା ସମ୍ପର୍କରେ ଜଣାଇପାରିବେ । ତାହା ସହିତ ବଢୁଥିବା ଦାଦନ ଶ୍ରମିକକୁ ରୋକିବା ପାଇଁ ଶ୍ରମ ବିଭାଗ ନୂଆ ପଦକ୍ଷେପ ମାନ ଗ୍ରହଣ କରୁଥିବା ଜଣାପଡିଛି । ପ୍ରଥମ ପର୍ପ୍ୟାୟରେ ୧୧ଟି ଜିଲ୍ଲାକୁ ଦାଦନ ପ୍ରବଣ ବୋଲି ଚିହ୍ନଟ କରାଯାଇଛି ।