୭୭/୭୮ନଂ ପାଣି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ

ହାଟଡ଼ିହି : ବିଦ୍ୟାଧରପୁର ଜଳସମ୍ପଦ ଉପଖଣ୍ଡ ପକ୍ଷରୁ ପାଣିପଞ୍ଚାୟତ ପାଇଁ ନିର୍ବାଚନର ଦ୍ୱିତୀୟ ଦିନରେ ୭୭ନଂ ମା ଦୁର୍ଗାଶ୍ରୀ ପାଣିପଞ୍ଚାୟତ ଓ ୭୮ନଂ ମା ମଙ୍ଗଳା ପାଣିପଞ୍ଚାୟତର ଚକକମିଟି ପାଇଁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଥିଲା । ଛେନାପଦି ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭାବେ କନିଷ୍ଠଯନ୍ତ୍ରୀ ସେନାପତି ନାୟକ, ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ । ୭୭ନଂ ଦୁର୍ଗାଶ୍ରୀ ପାଣିପଞ୍ଚାୟତରେ ୧୭ଟି ଆଉଲେଟ ପାଇଁ ୧୭ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୭୮ନଂ ମା ମଙ୍ଗଳା ପାଣିପଞ୍ଚାୟତର ୧୩ଟି ଆଉଟଲେଟ ପାଇଁ ୧୩ଜଣ ଚାଷୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବାରୁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ôଥମାନେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । ଏହି ନିର୍ବାଚନରେ ପ୍ରଣୟ କୁମାର ସା, ସୁଦର୍ଶନ ମଲ୍ଲିକ, ଲକ୍ଷ୍ମୀଧର ପଣ୍ଡା, ହୃଦାନନ୍ଦ ସା, କାର୍ତ୍ତିକେଶ୍ୱର ଦାସ, ଚିନ୍ତାମଣୀ ନାୟକ, ଦେବକୀ ଖଣ୍ଡେଇ, ଦୈତାରୀ ବସନ୍ତିଆ, ହରପ୍ରୀୟା ବସନ୍ତିଆ, ଅର୍ଜୁନ ପ୍ରଧାନ, ଅସିତ ବାରିକ, କୃଷ୍ଣ ଜେନା, ସାବିତ୍ରୀ ମଲ୍ଲିକ, କାଳନ୍ଦୀ ନାୟକ, ସାବିତ୍ରୀ ଦାସ, ୭୮ନଂ ପାଣି ପଞ୍ଚାୟତ ପାଇଁ ସୁଶାନ୍ତ କୁମାର ବେହେରା, କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ମଲ୍ଲି ଦାସ, ଗୋପୀନାଥ ସା, ଲୋକନାଥ ବୋଇତେଇ, ସୁବାସ ଚନ୍ଦ୍ର ବେହେରା, ଯଶୋଦା ସେଠୀ, ଶଙ୍କର୍ଷଣ ମିଶ୍ର, ଅନାଥ ଦାସ, ପୁର୍ଣ୍ଣିମା ବେହେରା, ଚିନ୍ତାମଣି ଜେନା, ବିନତୀ ମହାନ୍ତି, ଜଗବନ୍ଧୁ ପଟ୍ଟନାୟକ ପ୍ରମୁଖ ଚାଷୀମାନେ ପ୍ରାର୍ôଥପତ୍ର ଦାଖଲ କରିଥିଲେ । ନନ୍ଦିପଦା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ