ଗୋପିନାଥପୁରରେ ରକ୍ତଦାନ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁରସ୍ଥିତ ଗୋପିନାଥ ଜୀଉ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଗୋପିନାଥପୁର ଯୁବ ପରିଷଦ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ବାସନ୍ତୀଲତା ରାଉତଙ୍କ ନେତୃତ୍ୱରେ ଆସିଥିବା ଟିମ୍‌ରେ ରବିନ୍ଦ୍ର କୁମାର ଜେନା, ରତିକାନ୍ତ ବଳ, ପ୍ରକାଶ ବେହେରା, ବଳରାମ ପୁହାଣ ଯୋଗ ଦେଇ ୬୨ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ଯୁବକ ସଂଘର ମନୋରଞ୍ଜନ ମହାପାତ୍ର, ମାନସ ରଞ୍ଜନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରକୁ ଉମେଶ ସାହୁ, ମନୋଜ ସେଠୀ, ପ୍ରଶାନ୍ତ ସାହୁ, ବସନ୍ତ ପାଣିଗ୍ରାହୀ, ପ୍ରଶାନ୍ତ ମହାପାତ୍ର, ତାପସ ପତି, ସୁବ୍ରତ ଦାଶ, ସୁବ୍ରତ ସାହୁ, ଜଗନ୍ନାଥ ପାଣିଗ୍ରାହୀ, ମନୋଜ ବେହେରା, ହେମନ୍ତ ସେଠୀ, ଗଣେଶ ମୁଣ୍ଡା, ଅଜୟ ଜେନା, ବିଜୟ କୁମାର ମହାପାତ୍ର, ଅନାଦି ସାହୁ ଓ ଜିଲା ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ଗୋପିନାଥ ଦାଶ ପରିଚାଳନା କରିଥିଲେ । ଏଥିରେ ଲକ୍ଷ୍ମଣ ସିଅଳ, ଶୁକଦେବ ଗାହାଣ, ସରୋଜ ଶିଅଳ, ଜଗନ୍ନାଥ ବେହେରା, ସତ୍ୟଜିତ୍ ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ