୯୪ ଲିଟର ମଦ ଜବତ,୧ ଗିରଫ ଜଣେ ଫେରାର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ଥାନା ଅଧିନ କୋରୁଅ ପଂଚାୟତର ଦୁଇ ଚୋରା ମଦ ବ୍ୟବସାୟୀଙ୍କ ଘରୁ ନାଉଗାଁ ପୋଲିସ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଚଢାଉ କରାଯାଇ ୯୪ ଲିଟରରୁ ଉର୍ଦ୍ଧ ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରାଯାଇଛି ।ମିଳିଥିବା ସୂଚନା ଅନୁଯାଇ ଗୁରୁବାର ବିଳମ୍ବିତ ରାତିରେ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ଭର କର ବିଶେଷ ସୂତ୍ରରୁ ଚୋରା ମଦ ବ୍ୟବସାୟୀଙ୍କ ଘରେ ଚୋରା ମଦ ଗଛିତ ରହିଥିବା ସୂଚନା ପାଇଥିଲେ । ଥାନାଧିକାରୀଙ୍କ ପକ୍ଷରୁ ଏହି ଦୁଇ ଚୋରା ମଦ ବେପାରୀଙ୍କ ଘରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ତାଙ୍କ ସହିତ ଥାନା କର୍ମଚାରୀ ସ୍ମୃତି ମହାପାତ୍ର ଓ ବିକ୍ରମ ସ୍ୱାଇଁ ସାମିଲ ଥିଲେ । ଏହି ଚଢାଉରେ କୋରୁଅ ଗ୍ରାମର ବଟକୃଷ୍ଣ ଜେନାଙ୍କ ଘରୁ ୩୯ ଲିଟର ଜବତ କରାଯାଇ ଗିରଫ କରାଯାଇଛି । ସେହପରି ଉକ୍ତ ପଂଚାୟତର କୋରୁଅ(ବାଲିଗାଁ)ରଚରଣ ମହାନ୍ତିଙ୍କ ଘରେ ଚଢାଉ କରାଯାଇ ୫୫ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ନାଉଗାଁ ପୋଲିସ ପକ୍ଷରୁ ବଟକୃଷ୍ଣ ଜେନାଙ୍କ ନାମରେ ଏକ ମାମଲା ନମ୍ବର ୧୮୨/୨୦୧୯ ରୁଜୁ କରାଯାଇଥିବା ବେଳେ ଓ ଚରଣ ମହାନ୍ତିଙ୍କ ନାମରେ ୧୮୩/୨୦୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ସୂଚନା ଦେଇଛନ୍ତି ।


