ୱାର୍ଡ଼ସ୍ତରୀୟ ଉନ୍ନୟନ କାର୍ଯ୍ୟ ପାଇଁ ଅନୁଦାନ ନିମନ୍ତେ ନିବେଦନ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହର ସମେତ ସଦର ନିର୍ବାଚନମଣ୍ଡଳୀର ବିକାଶ ସମ୍ପର୍କରେ ଏକ ଭିଡିଓ କନଫାରେନ୍ସିଂ ଆଲୋଚନା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ସଦର ବିଧାୟକଙ୍କର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ସଦର ବ୍ଳକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଭିଡିଓ କନଫାରେନ୍ସିଂ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ ଦାସ ଯୋଗଦେଇ ନିର୍ବାଚନମଣ୍ଡଳୀର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ସମ୍ପର୍କରେ ସଚିବଙ୍କୁ ଅବଗତ କରିଥିଲେ । ବାଲେଶ୍ୱର ବିକାଶ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୫୫ କୋଟି ଟଙ୍କାର ପ୍ୟାକେଜରୁ ପ୍ରଥମ ପର୍ଯ୍ୟାୟରେ ବସଷ୍ଟାଣ୍ଡ ଓ ଇଣ୍ଡୋର ଷ୍ଟାଡିୟମ ପାଇଁ ଅର୍ଥ ମଞ୍ଜୁର କରିଥିବା ଯୋଗୁଁ ବିଧାୟକ ଶ୍ରୀ ଦାସ ଜିଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ । ଏଥି ସହିତ ଆଉ ୧୩ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ପ୍ରଦାନ ପାଇଁ ବିଧାୟକ ଜିଲାବାସୀଙ୍କ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ନିବେଦନ କରିଥିଲେ । ଏହି ଅର୍ଥରେ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡ଼ା ଉଦ୍ୟାନ, ରାସ୍ତା ନବୀକରଣ, ଶୌଚାଳୟ ଆଦି ପ୍ରତିଷ୍ଠା ହେବ ବୋଲି ସେ ଅବଗତ କରିଥିଲେ । ଏନେଇ ଜିଲାବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିବେଦନ ପତ୍ର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସଙ୍କ ସମେତ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ, ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ପୂର୍ବତନ ପୌର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ