ମିଳିତ ନିଶା ନିବାରଣ ଅଭିଯାନ (ମନା) ଦଶମ ବାର୍ଷିକ ସମ୍ମିଳନୀ

ରେମୁଣା (ବାଲେଶ୍ୱର), : ନିଶା ବିରୋଧରେ ଜନ ସଚେତନତା ବୃଦ୍ଧିପାଇଲେ ଓ ଏଥିପାଇଁ ରାଜ୍ୟ ସରକାର ନିଶାମୁକ୍ତ ଓଡ଼ିଶାପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏକ ସୁସ୍ଥ ସମାଜ ଗଠନ ୍‌ହୋଇପାରିବ ବୋଲି ରବିବାର ଦିନ ପୂର୍ବାହ୍ନରେ ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱରର ୧୦ମ ବାର୍ଷିକ ସମ୍ମିଳନୀରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭାସ୍କରଗଞ୍ଜସ୍ଥିତ ଗୁଲମୋହର ସଭାଗୃହରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ‘ନିଶାକୁ ନା’ ଆହ୍ୱାନକୁ ସ୍ୱାଗତ କରି ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ। ଦେଶର ଆଗାମୀ ଭବିଷ୍ୟତ ଯୁବପିଢ଼ିଙ୍କୁ ନିଶା ବିରୋଧରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ‘ମନା’ର କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଶ୍ରୀଯୁକ୍ତ ଦାସ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥିଭାବେ ବାଲେଶ୍ୱର ଜିଲ୍ଲା ପରିଷଦର ସଭାପତି ନାରାୟଣ ପ୍ରଧାନ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁବ୍ରତ କର ଓ ଡ. କେଶବ ଚରଣ ପଣ୍ଡା ପ୍ରମୁଖ ‘ମନା’ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ନିଶାମୁକ୍ତ ହେଲେ ବହୁ ଅପରାଧ ଓ ଅକାଳ ମୃତ୍ୟୁକୁ ରୋକାଯାଇପାରିବ ଓ ପାରିବାରିକ ହିଂସାର ସମାଧାନ ହୋଇପାରିବ ବୋଲି ଅତିଥି ଓ ବକ୍ତାମାନେ ମତପ୍ରକାଶ କରିଥିଲେ। ଡ. କ୍ଷିତୀଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସାଧାରଣ ସମ୍ପାଦିକା ମମତା ମହାପାତ୍ର ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟ ବ୍ୟୟର ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ‘ମୁଖପତ୍ର-୨୬’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଡ. ଦୟାନିଧି ମହାପାତ୍ର ଆଗାମୀ ବର୍ଷ ପାଇଁ କାର୍ଯ୍ୟଖସଡ଼ା ଉପସ୍ଥାପନା କରିଥିଲେ। ମୁଖପତ୍ରର ସମ୍ପାଦକୀୟ ସୁଶ୍ରୀ ଗୀତାଞ୍ଜଳି ସିଂହ ପାଠ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲାବେଳେ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ଦିଲ୍ଲୀପ ଗିରି, ଗଙ୍ଗାଧର ପାଢ଼ୀ, କୁମୁଦ ରଞ୍ଜନ ଗିରି, ଡ. ଅଜିତ ମହାନ୍ତି, ବ୍ୟଙ୍ଗକବି ପ୍ରଭାକର ସାହୁ, ସୁନାମଣି ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ନିଶା ନିବାରଣ ସଚେତନତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ସୁଗୋ ଗ୍ରାମର ସବିତା ଭୂୟାଁଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଶ୍ରୀଶ୍ରୀ ଜଗନ୍ନାଥ ଓ ମହାତ୍ମାଗାନ୍ଧିଙ୍କ ଫୋଟୋ ଚିତ୍ରରେ ଅତିଥିମାନେ ପୁଷ୍ପପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରମେଶ ଚନ୍ଦ୍ର ଜେନା ଶୋକ ପ୍ରସ୍ତାବ ଆଗତ କରିଥିଲେ ଓ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇଥିଲା। ସରସ୍ୱତୀ ପଣ୍ଡା ନୂତନ ସଭ୍ୟମାନଙ୍କ ନାମ ଘୋଷଣା କରିବା ପରେ ସେମାନଙ୍କୁ ପୁଷ୍ପପ୍ରଦାନ କରି ସ୍ୱାଗତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନ ପକ୍ଷରୁ ନିରଞ୍ଜନ ପରିଡ଼ା, ସଂଗୀତା ମହାନ୍ତି, ସମରେନ୍ଦ୍ର ଦାସ, ଗଙ୍ଗାଧର ପୃଷ୍ଟି, କଲ୍ୟାଣୀ ନନ୍ଦ, ସଞ୍ଜୟ ପଣ୍ଡା, କମଳା ବିନ୍ଧାଣୀ, କ୍ରିଷ୍ଣା ସାହା, ସ୍ନେହଲତା ପତି, କ୍ରିଷ୍ଣା ପ୍ରଧାନ, ମିନତୀ କର, ଭାରତୀ ପଣ୍ଡା, ଅଞ୍ଜନା ସେନ୍‌, ପ୍ରଶାନ୍ତି ସାହୁ, ଭାସ୍କର ଚନ୍ଦ୍ର ମିଶ୍ର, ଲକ୍ଷ୍ମଣ ଚରଣ ବିଶ୍ୱାଳ, ଯୋଗେଶ ଚନ୍ଦ୍ର ପ୍ରଧାନ, ଶଚୀନ୍ଦ୍ର ଦାସ, ଶୁଭଙ୍କର ମହାପାତ୍ର, ସୀତାରାମ ପ୍ରଧାନ, ରବି ନାରାୟଣ ଭୋଳ, ଅବନ୍ତୀ ପ୍ରଧାନ, ଜୀବନ ସଂଗ୍ରାମ ମିଶ୍ର ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ