ପଞ୍ଚାୟତ ସମିତିର ୧୦ମ ଅଧିବେଶନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ହାଟଡିହି ପଞ୍ଚାୟତ ସମିଭିର ୯ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ଜଳସେଚନ, ଯୋଗାଣ, ମହିଳା ଓ ଶିଶୁ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଆଦି ବିଭଗର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଦୀର୍ଘ ୯ ମାସ ପରେ ଏହି ବୈଠକ ହେଉ ଥିବାରୁ ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ ପିଇଓ ଶରତ କୁମାର ବେଜ ସଂଯୋଜନା କରିଥିଲେ । ଏଥିରେ ବିଡିଓ ରଞ୍ଜନ କୁମାର ପରିଡ଼ା, ଏବିଡ଼ିଓ ରଶ୍ମିରେଖା ନାଇକ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲାପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ବାଳ, କୌଶଲ୍ୟା ସେଠୀ, ସୁକାନ୍ତି ଜେନା, ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଦିବଂଗତ ସମିତି ସଭ୍ୟ ପ୍ରକାଶ କୁଅଁର ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ହାଡିବନ୍ଧୁ ଟୁଡୁଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା। ବ୍ଲକରେ ଚାଲିଥିବା ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନଥିବାରୁ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ବାରମ୍ବାର ପ୍ରତି ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ଘଟୁ ନଥିବା ସଦସ୍ୟ ମାନେ ଅଭିଯୋଗ କରିଥିଲେ। ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ତ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯାଇ ପାରିଲାନି। ୧୪୦ ଗ୍ରାମକୁ ପାଣି ଦିଆଯାଉଥିବା ବେଳେ ଆଗାମୀ ଜୁନ ମାସ ସୁଧା ସବୁ ଗାଁକୁ ପାଣି ଦିଆଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଧଡ଼ା ମତବ୍ୟକ୍ତ କରିଥିଲେ। କିଛି ଗାଁ କୁ ପାଣି ଦିଆଯାଉଛି ଯେ ତାହା କିଛି ସମୟ ପାଇଁ। ତେଣୁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ସମସ୍ତ ସଦସ୍ୟ ଦାବି କରିଥିଲେ। ବର୍ତମାନ ସମୟରେ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ଜଲକ୍ଲୀଷ୍ଟ ଗ୍ରାମ ଗୁଡ଼ିକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣାର ବ୍ୟବସ୍ଥା କରାଯିବାକୁ ସଦସ୍ୟ ମାନେ ଦାବି କରିଥିଲେ। କିଛି ସ୍ଥାନରେ ସରକାରୀ ନଳକୂପକୁ ବ୍ୟକ୍ତିଗତ ଲୋକଙ୍କ ବାଡ଼ିରେ, ଜମିରେ ବସଯାଇ ଥିବାରୁ ଦିନ କେଇଟା ପରେ ତାହା ବ୍ୟକ୍ତିଗତ ମାଲିକାନାକୁ ପଳାଉଛି ବୋଲି ଉପାଧ୍ୟକ୍ଷ ରତିକାନ୍ତ ରାଉତ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଥିଲେ। ସେହିପରି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଶିକ୍ଷକ ଅଭାବକୁ ନେଇ କିଛି ବିଦ୍ୟାଳୟ ରେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅନେକ ସରପଞ୍ଚ ଓ ସମିତି ସଭ୍ୟ ଅଭିଯୋଗ କରିଥିଲେ। ସ୍କୁଲ ଖୋଲିବା ପୂର୍ବରୁ ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ସାରିଥିବ ବୋଲି ବିଇଓ କହିଥିଲେ ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ୨୧୯ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୪୬ଟି କେନ୍ଦ୍ରର ନିଜସ୍ଵ ଗୃହ ଥିବା ବେଳେ ଏବେ ୩୬ଟି ନୂତନ ଗୃହର ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ସିଡିପିଓ ଉମାମଣି ମହାପାତ୍ର ସୁଚନା ଦେଇଥିଲେ। ସେହିପରି ସେହିପରି ୯୫ଭାଗ ଲୋକଙ୍କର ଇ.କେୱାଇସି ହୋଇଥିବା ବେଳେ ଅବଶିଷ୍ଟ ହିତାଧିକାରୀ ଙ୍କ ଇ କେୱାଇସି କାମ ସମ୍ପୂର୍ଣ୍ଣ ହେବ ବୋଲି ଯୋଗାଣ ବିଭାଗ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ ସୂଚନା ଦେଇଥିଲେ। ବିଶେଷ କରି ଏବେ ରେଶନ କାର୍ଡରେ ନାମ ଯୋଗ କରାଯାଉ ଥିବାରୁ ବାଦ ପଡ଼ିଥିବା ହିତାଧିକାରୀ ଙ୍କ ନାମ ଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଅନେକ ଗୁଡ଼ିଏ ରାସ୍ତାକୁ ଆର.ଡି ବିଭାଗକୁ ହସ୍ତାନ୍ତର କରଯାଇଥିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି ହାଟଡିହି ବ୍ଲକରେ ଥିବା ଡାକ୍ତରଖାନା ଗୁଡିକରେ ଆବଶ୍ୟକ ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଥବା ସଦସ୍ୟ ମାନେ ଅଭିଯୋଗ କରିଥିଲେ। ସେହିପରି ପଶୁ ପାଳନ, ମାଛ ଚାଷ, ଉଦ୍ୟାନ କୃଷି ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଆଲୋଚନା କରାଯାଇ ଥିଲା। ତରତରା ଛକ ଠାରୁ ମରେଇ ଗାଁ ପର୍ଯ୍ୟନ୍ତ ରାସ୍ତାକୁ ଆଲୋକୀକରଣ, ଛେନାପଦି ଛକ ଠାରେ ଶୋଚାଳୟ ସ୍ଥାପନ ଆଦି ବିଷୟରେ ଆଲୋଚନା ହୋଇଥିବା ବେଳେ ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ, ଇଞ୍ଚୋଳ, କଳିଗାଁ ପଞ୍ଚାୟତକୁ ଆଇ.ଏସ.ଓ ସାର୍ଟିଫିକେଟ ମିଳିଥିବାରୁ ଏସବୁ ପଞ୍ଚାୟତ ପ୍ରତିନଧି ମାନଙ୍କୁ ବ୍ଲକ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହି ବୈଠକରେ ସରପଞ୍ଚ ପ୍ରଶାନ୍ତ ରାଉତ, ରବିନ୍ଦ୍ର ଜେନା, ଜଗବନ୍ଧୁ କାଣ୍ଡି, ଦିନେଶ ସେଠୀ, ଅଜିତ ରାଉତ , ଅନ୍ତର୍ଯ୍ୟାମୀ ଖଣ୍ଡେଇ, ହେମଲତା ବେହେରା, ହେମଲତା ଜେନା, ସତ୍ୟଭାମା ଜେନା, ରମାକାନ୍ତ ନାୟକ, ସମିତି ସଭ୍ୟ ଦେବବ୍ରତ ବେହେରା,ଶ୍ରୀକାନ୍ତ ନାୟକ, ତାରିଣୀ ସେନାପତି, କୈଳାଶ ରାଉତ ପ୍ରମୁଖ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଜିପିଡିଓ ଦିବ୍ୟଜ୍ୟୋତି ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମୁଖ୍ୟ କିରାଣୀ ପ୍ରତାପ ବୈଠା, ଏସିପି ପ୍ରଶାନ୍ତ ସେଠୀ, ଜୀବନ ରାଉତ, ଜ୍ୟୋତି ରଞ୍ଜନ ମିଶ୍ର, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କରିଥିଲେ ।


