କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତି
ଜୟପୁର (ହେମନ୍ତ ପାଣଗ୍ରାହୀ) ; ଗତକାଲି ସକାଳ ଘ୮,୩୦ ମିନିଟ୍ ସମୟରେ ପୂଜ୍ୟପୂଜା ସଂସଦ ଓ ଉତ୍କଳ ସମ୍ମିଳନୀର ମିଳିତ ଆନୁକୁଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଲେବର କଲୋନୀ ସ୍ଥିତ ପରିସରରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ସଂସଦର ସଭାପତି ଉଦୟ ଶଙ୍କର ଜାନି, ଉପଦେଷ୍ଟ କେଦାର ନାଥ ବେହେରା, ପ୍ରମୋଦ କୁମାର ରାଉଳ,ଉତ୍କଳ ସମ୍ମିଳନୀ ସଭାପତି ମଦନ ମୋହନ ନାୟକ, ଉପ ସଭାପତି ରାଜେନ୍ଦ୍ର କୁମାର ଗୌଡ଼, ସାଧାରଣ ସମ୍ପାଦକ ନବୀନ ମାଦଳା, ଉପଦେଷ୍ଟା ବିନୋଦ ମହାପାତ୍ର , ଵାଲା ରାୟ, ସଙ୍ଗଠନ ସଂପାଦକ କବିରାଜ ପରମେଶ୍ଵର ପାତ୍ର, ମାଧବ ଚୌଧୁରୀ, କବିତା ସାହୁ, ସନ୍ତୋଷ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ତାଙ୍କ ବହୁମୁଖି ପ୍ରତିଭାର ଆଲୋକପାତ କରିଥିଲେ , ଶେଷରେ ସଂସଦ ସଂପାଦକ ବୈରାଗୀ ଚରଣ ସାହୁ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।