ରୋଡ଼ରୋଲର ଧକ୍କାରେ ଦମ୍ପତି ଗୁରୁତର
ହିଂଜିଳିକାଟୁ,(ଶେଷଦେବ ସାହୁ) : ହିଂଜିଳି ଥାନା ବାଦିଆମ୍ବଗାଁ ଛକ ନିକଟରେ ସୋମବାର ପୂର୍ବାହ୍ନରେ ରୋନରୋଲର ଧକ୍କାରେ ଜୈନିକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦମ୍ପତି ହେଲେ ବାଦିଆମ୍ବଗାଁର କୃଷ୍ଣ ମାଝି ଓ ସ୍ତ୍ରୀ ସବିତା ମାଝି । ସ୍ଥାନୀୟ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଥାଉକି, ଦମ୍ପତି ଦ୍ୱୟ ସ୍ୱାସ୍ଥ୍ୟ ପରୀକ୍ଷା ସକାଶେ ଏକ ଟିଭିଏସ ଏକ୍ସଏଲ ଯୋଗେ ଗ୍ରାମରୁ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଆସୁଥିବା ବେଳେ ଗ୍ରାମ ଛକ ନିକଟରେ ରାସ୍ତା ତିଆରିରେ ନିୟୋଜିତ ଏକ ରୋଡ଼ରୋଲର ପଛପଟକ୍ୁ ଆସୁଥିବା ବେଳେ ରୋଡ଼ରୋଲରର ପଛପଟେ ରହିଥିବା ଟିଭିଏସ ଏକ୍ସଏଲକୁ ଧକ୍କା ଦେବାରୁ ଦମ୍ପତି ଗୁରୁତର ଆହତ ହୋଇଥିଲେ ।


