କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଗରାପୁରସ୍ଥିତ ଚିଦାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀ ଭୁବନେଶ୍ୱର ଫରେଷ୍ଟ ପାର୍କ ବିଲ୍ଲସିଫୁଲ ଠାରେ ଆୟୋଜିତ ଯୋଗ ଶିବିରକୁ ଉଦଘାଟନ କରି କହିଥିଲେ ଯୋଗର ମାନେ କେବଳ ବ୍ୟାୟାମ କରିବା ଅଥବା କସରତ କରିବାକୁ ବୁଝାଏ ନାହିଁ । ମଣିଷକୁ ଆଧ୍ୟାତ୍ମିକ ସାଧନା ଭିତରକୁ ଟାଣିନେଇ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇବା ହିଁ ପ୍ରକୃତ ଯୋଗର ଉଦ୍ଦେଶ୍ୟ ପ୍ରତ୍ୟେକ ବ୍ୟକ୍ତି ଏହାର ଉଦ୍ଦେଶ୍ୟ ବୁଝି ନିଜକୁ ଈଶ୍ୱରଙ୍କ ସହ ଯୋଗ କରିବା ଉଚିତ୍ ବୋଲି ବିଶିଷ୍ଠ ଯୋଗ ଗୁରୁମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ବିଶ୍ୱ ଯୋଗ ଦିବସରେ ପିଲାମାନଙ୍କୁ କହିଥିଲେ । ପରେ ଯୋଗାଚାର୍ଯ୍ୟ ନବକିଶୋର ମହାନ୍ତି, ସଂପାଦକ ଏବଂ ଅଧ୍ୟକ୍ଷ ସୌମ୍ୟା ଦାସ ଯୋଗ ଶିବିରାର୍ଥୀମାନଙ୍କୁ ବିଭିନ୍ନ ଯୋଗ, ସୂର୍ଯ୍ୟ ନମସ୍କାର, ଭୁଜଙ୍ଗାସନ, ପ୍ରାଣାୟମ, ତାଡାସନ ପ୍ରଣାଳୀ ଏବଂ ତାର ଉପକାରିତା ଉପରେ ଶିବିରାର୍ଥୀ ପିଲା ମାନଙ୍କୁ ବୁଝାଇଥିଲେ । ରାଜଯୋଗ, ହଟଯାଗ, କର୍ମଯୋଗ, ଜ୍ଞାନ ଯୋଗ, ଭଳି ବିଭିନ୍ନ ପ୍ରକାର ଯୋଗ ରହିଛି । ହେଲେ ଯୋଗର ପ୍ରକୃତ ଉଦ୍ଦେଶ୍ୟକୁ ବୁଝି ଏହାକୁ ନିଜ ତଥା ସମାଜ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରାଇ ପାରିଲେ ହିଁ ସମାଜ ତଥା ନିଜର ମଙ୍ଗଳ ହେବ ବୋଲି ଶ୍ରୀ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀ ମତ ରଖିଥିଲେ । ଏହି ଶିବିରକୁ ସୌମ୍ୟା ଦାସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ