ଚାରିିଗାଁରୁ କଣ୍ଟେନ୍‌ମେଣ୍ଟ ହଟିଲା

ବନ୍ତ (ଚାନ୍ଦିନୀ ମହାନ୍ତି) : ଗତ ୨୮ ତାରିଖରେ ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ପ୍ରଥମ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଦୀର୍ଘ ୧୫ ଦିନ ପରେ ବୁଧବାର ଉକ୍ତ ଗ୍ରାମରୁ କଣ୍ଟେନମେଣ୍ଟ ହଟିଥିବା ଜଣାଯାଇଛି । ଆଗରପଡା ଥାନାଧିକାରୀ ସୁକାନ୍ତୀ କେରେଇ ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ ଗ୍ରାମର ସମସ୍ତ ପ୍ରବେଶ ପଥକୁ ଖୋଲା ଯାଇଛି । ଉଲ୍ଲେଖ ଯେ, କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିଲା । ଆଗରପଡା ଅଗ୍ନିଶମ ବାହିନୀ ପକ୍ଷରୁ ଗ୍ରାମକୁ ସାନିଟାଇଜେସନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା । ନିଷିଦ୍ଧାଞ୍ଚଳକୁ ୩ଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇ ସଂନିରୀକ୍ଷଣ କାର୍ଯ୍ୟ କରାଯାଇଥିଲା । ଏହି ଅବଧି ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ, କ୍ୱାରାଣ୍ଟାଇନ୍‌, ଟେଷ୍ଟିଂ, ଆଇସୋଲେସନ କାର୍ଯ୍ୟ ସମାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ