ଗୋଚର ଜମିରୁ ଜବରଦଖଲ ହଟାଇବାକୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ତେନ୍ତୁଳିନଣ୍ଡା ଗ୍ରାମର ଗୋଚର ଜମିରୁ ଜବରଦଖଲ ହଟାଇବାକୁ ଗ୍ରାମବାସୀ ମାନେ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ତେନ୍ତୁଳିନଣ୍ଡା ମୌଜାର ଖାତା ନଂ ୧୪୦ର ପ୍ଲଟ ନଂ ୨ରେ ୪ଏକର ୮୩ ଡ଼ିସିମିଲ ଗୋଚର ଜମି ଥିବା ବେଳେ ପ୍ଲଟ ନଂ ୨୦୦ରେ ୪ଏକର ୫୧ ଡ଼ିସିମିଲ ଗୋଚର ଜମି ଅଛି। କିଛି ମୁଷ୍ଟିମେୟ ଲୋକ ଏହା ଭିତରୁ କିଛି ଗୋଚର ଜମି ଜବର ଦଖଲ କରିନେଇ ଥିବାରୁ ଗ୍ରାମର ଗୋରୁ ଗାଈ ଚରିବାକୁ ସ୍ଥାନ ପାଉ ନାହାନ୍ତି। ଏପରିକି ଏହି ଜମିକୁ ନେଇ ଶଙ୍ଖଣା ଓ ତେନ୍ତୁଳିନଣ୍ଡା ଗ୍ରାମ ଭିତରେ ଗୋଷ୍ଠୀ ସଂଘର୍ଷ ଭଳି ଘଟଣା ଘଟି ଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଦୁଇଟି ଗୋଚର ପ୍ଲଟ ଚି଼ହ୍ନଟ କରି ମାପ ଚୁପ କରି ଜବର ଦଖଲ ହଟାଇବାକୁ ଶରତ ଚନ୍ଦ୍ର ପହି, ସନାତନ ନାୟକ, ଦିଗାମ୍ବର ପହି, ଅରୂପାନନ୍ଧ ପହି, ସନ୍ତୋଷ ନାୟକ, ସନାତନ ନାୟକ, ସିବାନନ୍ଧ ପହି, ଅକ୍ଷୟ କୁମାର ପହି, ପ୍ରମୋଦ ମଲ୍ଲିକ, ବାମଦେବ ନାୟକ,  ଭଗବାନ ଆଇଚ, କମଳାକାନ୍ତ ଆୟଚ, ବସନ୍ତ ମଲ୍ଲିକ, ପ୍ରାଣକୃଷ୍ଣ ମଲ୍ଲିକ, ରବୀନ୍ଦ୍ର ନାୟକ, ହିମାଂଶୁ ମଲ୍ଲିକ, ଶତ୍ରୁଘ୍ନ ପହିଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ସେମାନେ ଆଜି ହାଟଡିହି ତହସିଲଦାର ଓ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଗୋଚର ଜମି ଚି଼ହ୍ନଟ କରାଯାଇ ଜବର ଦଖଲ ଉଛେଦ ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ