କଟକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ କୋଭିଡ-୧୯ ଅନଲୋକ-୩ ଅନୁପାଳନ ନେଇ ବୈଠକ

କଟକ, (ଦୀପକ୍ କୁମାର ବେଉରା):ସରକାରଙ୍କ ଅନଲୋକ-୩ କୋଭିଡ ନିୟମାବଳୀକୁ ଜିଲ୍ଲାରେ କିପରି କଡାକଡି ଭାବେ ପାଳନ କରିହେବ ଏବଂ କରୋନା ଜନିତ ସମସ୍ତ ଚିକିତ୍ସା,ଟେଷ୍ଟିଙ୍ଗ ଆଦି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବ୍ୟାପକ କରାଯିବା ନେଇ ପର୍ଯ୍ୟ ବେକ୍ଷକଙ୍କ ଉପସ୍ଥିତିରେ ଆଜି ପୂର୍ବାହ୍ନରେ ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ-୧୯ ଅନଲକ-୩ ନିୟମାବଳୀକୁ ଗୁରୁତର ସହ ପାଳନ କରି ଲାଗୁ କରାଯାଇଥିବା କଟକଣା କୁ କଡାକଡି କରାଯିବା ଉପରେ ଜିଲ୍ଳା ପର୍ଯ୍ୟବେକ୍ଷକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ ଏବଂ ଏଷ୍ଟେଟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ,ସାଧାରଣ ପ୍ରଶାସନ ବିଭାଗ,ଶ୍ରୀ ସୁଶାନ୍ତ ମହାପାତ୍ର ବୈଠକରେ ଜିଲ୍ଲାପାଳ, ସିଏମସି କମିଶନର,ଡିସିପି ଓ ଉପସ୍ଥିତ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହିତ ଵିସ୍ତୃତ ଆଲୋଚନା କରିଥିଲେ। ଏଥି ସହିତ ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ଚିକିତ୍ସା ଓ ଅନ୍ୟାନ୍ୟ ଚିକିତ୍ସାକୁ ବ୍ୟାପକ କରାଯିବ ଏବଂ ଟ୍ରେସିଙ୍ଗ ତଥା ଅଧିକ ଟେଷ୍ଟିଙ୍ଗ (ଉଭୟ ସ୍ୱାବ ଓ ଆଣ୍ଟିଜେନ) ମଧ୍ୟ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ପର୍ଯ୍ୟବେକ୍ଷକ ଶ୍ରୀ ଗର୍ଗ ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଏବଂ ଅତ୍ୟାବଶ୍ୟକ ନ ପଡିଲେ ବାହାରକୁ ବାହାରିବା ଆଦି କଟକଣା କୁ ଡିସିପି ଓ ସିଏମସି କମିଶନର କଡାକଡି କରିବା ନେଇ କହିଥିଲେ । ଜିଲ୍ଲାରେ ବ୍ୟବସାୟ ସଂଗଠନ ମାନଙ୍କ ସହିତ ଏ ସମସ୍ତ କଟକଣା ନିୟମାବଳୀ ବିଷୟରେ ଆଲୋଚନା କରି ପଦକ୍ଷେପ ସ୍ୱରୂପ ବ୍ୟବସାୟ ଚାଲୁ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଠାରେ ଉଲେଖ ଯୋଗ୍ୟ ଯେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ ୨୦୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୩୮୭ ଜଣ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩୭୯୪୨ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇପାରିଛି(ଏହି ସମ୍ବନ୍ଧୀୟ ସମୂର୍ଣ୍ଣ ତଥ୍ୟ ସଂଲଗ୍ନ ହୋଇଛି)।ଆଜିର ଏହି ବୈଠକରେ ଜିଲ୍ଳାପାଳଙ୍କ ସମେତ ସିଏମସି କମିଶନର ଅନନ୍ୟା ଦାସ,ଡିସିପ ଶ୍ରୀ ପ୍ରତୀକ ସିଂ,ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର,ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡ଼ା ଲଲାଟେନ୍ଦୁ ଷଡ଼ଙ୍ଗୀ, ଏସ ସି ବି ମେଡିକାଲ ଅଧିକ୍ଷକ ଡ଼ା ଶ୍ରୀ ଅନ୍ନଦା ପ୍ରସାଦ ପଟ୍ଟନାୟକ,ଡିନ ଓ ଅଧକ୍ଷ ଡ଼ା ପ୍ରଫେସର ଦତ୍ତେଶ୍ୱର ହୋତା, ପିଡି,ଡି.ଆର.ଡି.ଏ ଅବଦଲ ଅଖତର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ ଖଣ୍ଡାୟତରାୟ,ଶ୍ରୀ ପୂର୍ଣଚନ୍ଦ୍ର ମିଶ୍ର,ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସତ୍ୟବ୍ରତ ଛୋଟରାୟ ଓ ଅନ୍ୟାନ୍ୟ ସମୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ