ବଜ୍ରପାତ ତାଣ୍ଡବରେ ୪୦ ଛେଳିଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିକଲେ ଚାଷୀ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ) : ଲଗାତାର କାଳବୈଶାଖୀରେ କେବେ ଘର ଛପର ଉଡୁଯାଉଛି ତ କେବେ ଗୃହ ପାଳିତ ପଶୁଙ୍କ ମୃତ୍ୟୁ କୁ ନେଇ ଚିନ୍ତାରେ ଚାଷୀ। ଗତ କାଲି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ କୁରାଡ଼ି ଗ୍ରାମରେ ୯ଟି ପରିବାରର ୪୦ଟି ଛେଳିଙ୍କ ମୃତ୍ୟୁ ହୋଇ ଥିବାରୁ ଗାଁ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା। ସନ୍ଧ୍ୟାରେ ଜୋରରେ ପବନ ବହିବା ସାଙ୍ଗକୁ ବିଜୁଳି ଘଡଘଡି ମାରିବା ସହ ପ୍ରବଳ ବର୍ଷା ହୋଇଥିଲା। ଜୋରରେ ଘଡ଼ଘଡ଼ି ମାରିବାରୁ ଛେଳିଚରାଳିମାନେ ଏକ ତେନ୍ତୁଳି ଗଛ ନିକଟକୁ ଛେଳିମାନଙ୍କୁ ନେଇ ଯାଇଥିଲେ । ସେଠାରେ ବଜ୍ରପାତ ଗଛ ଉପରେ ପଡିବାରୁ ଗ୍ରାମର ଲାଛନା ଉଲାକାଙ୍କ ୬ଟି, ଦୁଲମେ କାଡ୍ରାକାଙ୍କ ୯ଟି, ହରି କାଡ୍ରାକାଙ୍କ ୬ଟି, ଅନ୍ତରାଓ କାଡ୍ରାକାଙ୍କ ୭ଟି, କୀର୍ତି କାଡ୍ରାକାଙ୍କ ୪ଟି, ରହିଦାସ କାଡ୍ରାକା, ସାଧବ ମାଣ୍ଡିକା, ଶ୍ୟାମଧର କାଡ୍ରାକା ଓ ଗୁରୁନାଥ ମିଣିଆକାଙ୍କ ୨ଟି ଲେଖାଏଁ, ଏହିପରି ସମୁଦାୟ ୪୦ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ମୃତ ଛେଳିଙ୍କର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। କଲ୍ୟାଣସିଂହପୁର ପ୍ରାଣୀ ଚିକିତ୍ସକ ସୁଶୀଲ କୁମାର ସେଠୀ, ଶିକରପାଇ ପ୍ରାଣୀ ଚିକିତ୍ସକ ଅସୀମ କୁମାର ଦାସ, ମାଝୀଗୁଡା ଏଲ ଆଇ ଅନିତା ବିଡ଼ିକା, ରାଜସ୍ଵ ନିରୀକ୍ଷକ କେଶବ ଚନ୍ଦ୍ର ସାହୁ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଡ଼ି. ପ୍ରବୀଣ କୁମାର, କୈଳାସ ଶବର, ମାଝୀ ମାଝୀଗୁଡା ସରପଞ୍ଚ ଶାନ୍ତି କଣ୍ଡାଗରୀ, ନାଏବ ସରପଞ୍ଚ ନବେରାଓ କ କଣ୍ଡାଗରୀ, ଖ ଜୋନ ଜିଲାପରିଷଦ ବି.ଗୌରୀଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ପ୍ରାଣୀଚିକିତ୍ସକ ମୃତ ଛେଳିଙ୍କର ଶବ ବ୍ୟବଚ୍ଛେଦ କରି ପୋତି ଦେଇଥିଲେ । ମୃତ ଛେଳି ମାଲିକ ମାନେ ଆଦିବାସୀ ଗରିବ ଲୋକଙ୍କର ହୋ ହୋଇଥିବାରୁ ଛେଳି ଚରାଇ ଜୀବନ ବଞ୍ଚଉ ଥିଲେ।ସେମାନେ ସରକାର ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି।ପ୍ରାଣୀଚିକିତ୍ସକ ଶ୍ରୀ ସେଠିଙ୍କ ବ୍ୟବଚ୍ଛେଦ ରିପୋର୍ଟ ତହସିଲଦାରଙ୍କୁ ପଠାଇବୁ ସରକାର ଠାରୁ ଯାହା ସହାୟତା ଯୋଗାଇ ଦିଆଯିବ ମିଳିବ ବୋଲି କହିଥିଲେ ।


