ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା


ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ର୍ନିଭର କରିଥାଏ । ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଗ୍ରୀଷ୍ମଋତୁରେ ଏଭଳି ଘଟଣା ଅଧିକ ଘଟିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି । ଅପରପକ୍ଷରେ ଶୀତଦିନେ ଦମ୍ପତିଙ୍କ ମଧ୍ୟରେ ଆନ୍ତରିକତା ବଢୁଥିବାବେଳେ ଗ୍ରୀଷ୍ମଋତୁରେ ଅଧିକାଂଶ କ୍ଷେତ୍ରରେ ସେମାନେ ପରସ୍ପରଠାରୁ ଦୂରେଇ ଯାଇଥାନ୍ତି । ଶୀତଋତୁରେ ଥଣ୍ଡା ଯୋଗୁ ଅନେକଙ୍କ ମଧ୍ୟରେ ନୈରାଶବୋଧ ବୃଦ୍ଧି ପାଇଥାଏ । ସେମାନେ ବିଷାଦଗ୍ରସ୍ତ ହୋଇଥାନ୍ତି । ଏହି ସମୟରେ ଅନେକ ଲୋକ ସାଥିଟିଏ ଖୋଜିଥାନ୍ତି । ମାତ୍ର ଗ୍ରୀଷ୍ମଋତୁରେ ସୂର୍ଯ୍ୟାଲୋକ ପରିମାଣ ବଢ଼ିବା ସହିତ ଶରୀରରେ କମ୍ ପରିମାଣର ମେଲାଟୋନିନ୍ ହରମୋନ୍ କ୍ଷରଣ ହୋଇଥାଏ । ଏହାଦ୍ୱାରା ଶରୀର ସତେଜ ଅନୁଭବ କରିଥାଏ । ସେହିପରି ଗ୍ରୀଷ୍ମଋତୁରେ ଅଧିକ ପରିମାଣରେ ସେରୋଟୋନିନ୍ ହରମୋନ୍ କ୍ଷରଣ ହୋଇଥାଏ । ଏହା ଯୋଗୁ ମନରେ ଖୁସୀ ଭାବ ଜାଗ୍ରତ ହୋଇଥାଏ । ଫଳରେ ମଣିଷ ମୁକ୍ତ ଭାବେ ଘୁରିବୁଲିବାକୁ ଚାହିଁଥାଏ । ଅପରପକ୍ଷରେ ଏହାର ବିପରୀତ ହରମୋନ୍ ଶୀତଋତୁରେ କ୍ଷରିତ ହୋଇଥାଏ । ଫଳରେ ମନ ବିଷାଦଗ୍ରସ୍ତ ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ