ସୋସିଆଲ ମିଡିଆରୁ ସମ୍ପର୍କ: ଡେଟ୍ରେ ଯାଉଥିଲେ ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ଯୁବପିଢ଼ୀ ନୂଆ ନୂଆ ଟେକ୍ନିକ୍ ସହିତ ବେଶ୍ ଜଡିତ । ଅନେକ ସମୟରେ ସେମାନେ ସୋସିଆଲ ମିଡିଆରେ ବନ୍ଧୁ ତିଆରି କରି ତାଙ୍କ ସହ ସମ୍ପର୍କକୁ ଆଗକୁ ନେବାକୁ ଚାହାନ୍ତି । ବନ୍ଧୁଙ୍କ ସହ କିଛି କଥାବାର୍ତ୍ତା ପରେ ସେ ଯଦି ପସନ୍ଦ ଆସିଥାନ୍ତି, ତେବେ ତାଙ୍କ ସହ ସମୟ କଟାଇବାକୁ ଡେଟ୍ରେ ଯିବାକୁ ସ୍ଥିର ହୋଇଥାଏ । ବର୍ତ୍ତମାନର ଏହି ଟ୍ରେଣ୍ଡକୁ ନେଇ ଅନେକ ସମୟ ଯୁବପିଢ଼ୀ ଅଡୁଆରେ ପଡ଼ୁଥିବା ନଜିର ମଧ୍ୟ ରହିଛି । ତେବେ କାହା ସହ ଅନ୍ଧ ଭାବରେ ଡେଟ୍ରେ ଯିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଜାଣନ୍ତୁ ସେ ସମ୍ପର୍କରେ…
ଫୋନ୍ରେ କଥା
ଡେଟ୍ରେ ଯିବା ପୂର୍ବରୁ ଆପଣ ବନ୍ଧୁଙ୍କ ସହ ଫୋନରେ କଥା ହୋଇଯାଆନ୍ତୁ । ଆପଣ ଯେତେବି ଅନଲାଇନରେ କଥା ହୁଅନ୍ତୁ ନା କାହିଁକି ମାତ୍ର ଡେଟ୍ ପୂର୍ବରୁ ଆପଣ ତାଙ୍କ ସହ ଥରେ ଫୋନରେ କଥା ହେବା ଜରୁରୀ । ଏଥିରୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ । ଏପରି କଥା ହେବା ଆବଶ୍ୟକ ଯେପରି, ଆପଣ ଅନଲାଇନରେ ଯାହା ସହ କଥା ହୋଇଥିଲେ ସେ ଲୋକ ବୋଲି ଜାଣି ପାରିବେ ।
ଉପଯୁକ୍ତ ସ୍ଥାନ
ଡେଟ୍ ଲାଗି ଯାଉଥିବା ସ୍ଥାନ ଆପଣଙ୍କ ଲାଗି ପରିଚିତ ହୋଇଥିବା ଜରୁରୀୟ ନିଜ ସୁରକ୍ଷା ଲାଗି ଏପରି ସ୍ଥାନ ବାଛନ୍ତୁ ଯେଉଁ ଜାଗାକୁ ଆପଣ ଅନେକ ଥର ଯାଇଛନ୍ତି । ଏହା ଜନଗହଳିପୂର୍ଣ୍ଣ ହୋଇଥିବା ଆବଶ୍ୟକ । ଏ ନେଇ ନିଛାଟିଆ ସ୍ଥାନ ବାଛିବା ଭୁଲ୍ ହୋଇଥାଏ । ତେବେ ଡେଟ୍ରେ ଯିବା ପୂର୍ବରୁ ଆପଣଙ୍କ ନିକଟତର ବନ୍ଧୁଙ୍କୁ କହିଯିବା ଉଚିତ ।
ଠିକ୍ ତଥ୍ୟ ସଂଗ୍ରହ
ପ୍ରୋଫାଇଲରେ ଭୁଲ୍ ସୂଚନା ଦେଉଥିବା ଲୋକ ଅନେକଥାନ୍ତି । ତେଣୁ ଏପରି କିଛି ପଦକ୍ଷେପ ନେବା ପୂର୍ବରୁ ଆପଣ ପାର୍ଟନରଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କରନ୍ତୁ । ସେ ବ୍ୟକ୍ତି ଠିକ୍ କି ନାହିଁ ଜାଣିବା ଲାଗି ତାଙ୍କର କିଛି ସାଙ୍ଗଙ୍କଠାରୁ ପଚାରି ବୁଝିବା ସହ ସେ ଦେଇଥିବା ପ୍ରୋଫାଇଲରେ ସୂଚନା ଭୁଲ୍ କି ଠିକ୍ ଜାଣନ୍ତୁ ।
ବ୍ୟକ୍ତିଗତ କଥା
ଡେଟ୍ରେ ଯାଉଥିବା ବେଳେ ନିଜର ବ୍ୟକ୍ତିଗତ କଥା ବନ୍ଧୁଙ୍କ ସହ ବାଣ୍ଟନ୍ତୁ ନାହିଁ । ଏହା ଆଗାମୀ ଦିନରେ ଆପଣଙ୍କୁ ସମସ୍ୟାରେ ପକାଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ