ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ର ଚତୁର୍ଥ ଗଞ୍ଜାମ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଘ ଗଞ୍ଜାମ ଜିଲ୍ଲା ସଭାପତି ତଥା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ମନୋରଞ୍ଜନ ଗୈାଡ ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀରେ ବ୍ରହ୍ମପୁର ଏମ.ପି ଡ . ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିନେ ସରପଞ୍ଚ ଥିଲେ।ସେ ସରପଞ୍ଚ ରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ୨୦୧୮ ରୁ ସରପଞ୍ଚ ମହାସଂଘ ଗଠନ ହେବା ପରଠାରୁ ସଂଘ ର କିଛି କିଛି ଦାବୀ ପୁରଣ ହୋଇଛି।ସମୟ ସହିତ ସଂଘର କିଛି ଦାବୀ ପୁରଣ ହେବ।ମୁଁ ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛି।ସଂଘର ବିବିଧ ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ସଭାରେ ଯୋଗଦେଇ ମୋର ଜୀବଦଶା ମଧ୍ୟରେ ସୁଯୋଗ ମିଳିଲେ ଥରୁ ଟିଏ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ିବି।ସରପଞ୍ଚ ମାନେ ସେମାନଙ୍କ ଦାୟିତ୍ୱବୋଧ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶରେ ସରପଞ୍ଚ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଲୋକଙ୍କ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ।ଗ୍ରାମର ସାମଗ୍ରିକ ବିକାଶ ଏବଂ ଜନସାଧାରଣଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ର ସୁଫଳ ପହଞ୍ଚାଇବା ଦିଗରେ ସରପଞ୍ଚ ବୃନ୍ଦ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା। ସେହିପରି ନିଜ ହକ୍ ପାଇଁ ଲଢି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା , ସରପଞ୍ଚ ସଂଘ ରାଜ୍ଯ ସଭାପତି ରୋମାଞ୍ଚ ସାହୁ , ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ , ଦକ୍ଷିଣାଞ୍ଚଳ ସରପଞ୍ଚ ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ , ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ କ୍ରାନ୍ତି କୁମାରୀ ଦେବୀ , ମୟୁରଭଞ୍ଜ ଜିଲ୍ଲା ସଭାପତି ଖଗେଶ୍ବର ସିଂ , ଭଦ୍ରକ ଜିଲ୍ଲା ସଭାପତି ନିରଦ ଚନ୍ଦ୍ର ରାଉତ , ଗଜପତି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଶବର , ଢେଙ୍କାନାଳ ଜିଲ୍ଲା ସଭାପତି ଜିତେନ୍ଦ୍ର ବେହେରା , ପରାମର୍ଶଦାତା ନିଳାଞ୍ଚଳ ସାହୁ ,ଗଞ୍ଜାମ ଜିଲା ସମ୍ପାଦକ ରଞ୍ଜନ କୁମାର ସାହୁ , ସାଙ୍ଗଠନିକ ସମ୍ପାଦକ ଅଜିତ କୁମାର ରାଉଳ , ସହ ସମ୍ପାଦକ ସରୋଜ ନାୟକ , କୋଷାଧ୍ୟକ୍ଷ ନିଳାଞ୍ଚଳ ଗୈାଡ , ଫାସିଗୁଡା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ , ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ଙ୍କ ସମେତ ରାଜ୍ଯ ତଥା ଗଞ୍ଜାମ ଗଜପତି ଜିଲ୍ଲା ର ବହୁସଂଖ୍ୟକ ସରପଞ୍ଚ ସମ୍ମିଳନୀ ରେ ମଞ୍ଚାସିନ ଥିଲେ । ପ୍ରହଲ୍ଲାଦ ନାଟକ ଗୁରୁ ତଥା ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ସରପଞ୍ଚ ମାନଙ୍କ ଅଧିକାରର ସୁରକ୍ଷା ଓ ଅସହାୟ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା କୁ ପ୍ରାଧାନ୍ୟ ଦେବା ସରପଞ୍ଚ ସଂଘର ମୂଳଲକ୍ଷ୍ୟ ବୋଲି ସମ୍ମିଳନୀରେ ନୀତି ନିର୍ଦ୍ଧାରଣ କରାଯାଇଥିଲା। ଧାନ ବିକ୍ରୀ ପଞ୍ଜୀକରଣରେ ଚାଷୀଙ୍କ ସମସ୍ୟା ର ସମାଧାନ, ସରପଞ୍ଚ ଙ୍କୁ ମାସିକ ପେନସନ ବ୍ୟବସ୍ଥା , ବିଭିନ୍ନ ଭତ୍ତାଧିକାରୀ ଙ୍କ ବକେୟା ପ୍ରଦାନ ସହ ନୂତନ ହିତାଧିକାରୀ ଙ୍କ ଭତ୍ତା ଆବେଦନ ଗୁଡ଼ିକୁ ମଞ୍ଜୁର କରାଯିବା , ସରପଞ୍ଚଙ୍କ ବିରୋଧରେ ଅଣାଯାଉଥିବା ଅନାସ୍ଥା ପ୍ରସ୍ତାବ ଗୁଡ଼ିକର ପ୍ରକୃତ ନିରପେକ୍ଷ ତଦନ୍ତ ପରେ ହିଁ ନୋଟିସ କରାଯିବା , ଦାଦନ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ଭଳି ୯ ଦଫା ଦାବି ପୂରଣ ନେଇ ମୁଖ୍ୟଅତିଥି ବ୍ରହ୍ମପୁର ଏମ.ପି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କାହ୍ନୁଚରଣ ରାଉତ ଏବଂ ଶିବାନୀ ମୁନ୍ଦ୍ରା ସମ୍ମିଳନୀ ମଞ୍ଚ କୁ ପରିଚାଳନା କରିଥିବା ବେଳେ ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ସଭାପତି ତଥା କରପଡ଼ା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲା ର ସମସ୍ତ ସରପଞ୍ଚ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


