ସ୍କାଉଟ ଗାଇଡ୍ ପକ୍ଷରୁ : ସଡକ ସୁରକ୍ଷା ଜୀବନ ରକ୍ଷା ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ଶାଖା ଆନୁକୂଲ୍ୟରେ ସଡକ ନିରାପତ୍ତା ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଅଛି । ଏହି ଅବସରରେ ତା୩୧.୦୩.୨୦୨ରିଖ ଦିନ ସକାଳ ୭ ଘଟିକା ସମୟରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ସ୍କାଉଟ ଓ ଗାଇଡ୍‌ମାନଙ୍କୁ ନେଇ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ସ୍କାଉଟ ଏବଂ ଗାଇଡ୍ ରାଜ୍ୟ ମୁଖ୍ୟାଳୟ ପରିସରରୁ ବାହାରି ଯଥାକ୍ରମେ ରାମ ମନ୍ଦିର ଛକ-ମାଷ୍ଟରକ୍ୟାଣ୍ଟିନ୍ ଛକ ଏବଂ ପିଏମ୍‌ଜି ପଛପାଖ ରାସ୍ତାରେ ପରିକ୍ରମା କରି ମୁଖ୍ୟାଳୟ ପରିସରରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜରମାନେ ସଚେତନତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରି ଏବଂ ସଚେତନତାର ନାରା ଦେଇ ଜନସଚେତନତା ସୃଷ୍ଟି କରିବାର ପ୍ରୟାସ କରିଥିଲେ । ରାଜ୍ୟ ମୁଖ୍ୟାଳୟର ବହୁ ପଦସ୍ଥ ଅଧିକାରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ