ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଶାରଦୀୟ ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ୬ଦିନ ଧରି ଚାଲିଥିବା ଶାରଦୀୟ ସ୍ୱତନ୍ତ୍ର ଶିବିର ଶନିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନ ଉତ୍ସବରେ ପ୍ରଥମେ ହାତଧୁଆ ଦିବସ ସହିତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଜନ୍ମଦିବସକୁ ପାଳନ କରାଯାଇ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହାପରେ ସଫେଇ କାର୍ଯ୍ୟକ୍ରମ କରାଯାଇ ହାତଥୁଆ କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଦୁଇଟି କଲେଜର ପ୍ରତିଷ୍ଠାତା ଓ ବିଶିଷ୍ଟ କବି ଶଙ୍କର ପରିଡ଼ା ଯୋଗଦେଇ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଓ ଓଡ଼ିଆ ସାହିତ୍ୟ ତଥା ସମାଜକୁ ସେବା ଯୋଗାଇ ସମାଜକୁ ସଂସ୍କାରିତ କରିବା ପାଇଁ ଶିବିରାର୍ଥୀଙ୍କୁ ପ୍ରେରଣା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ୬ ଦିନିଆ ଶାରଦୀୟ ସ୍ୱତନ୍ତ୍ର ଶିବିରକୁ ସମ୍ବୋଧିତ କରି ଶିବିରାର୍ଥୀମାନଙ୍କ ଆଗ୍ରହ ଓ ନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ । ଶିବିରାର୍ଥୀମାନେ ୬ ଦିନ ଧରି ବିଭିନ୍ନ ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଅଧିକାରୀମାନେ ନିଜର ଭାଷଣ ଜରିଆରେ ଶିବିରାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ । ଜାତୀୟ ସେବା ଯେଜାନା ବିଷୟରେ ସହଦେବ ମଲ୍ଲିକ ଓ ଜୟଶ୍ରୀ ମଲ୍ଲିକ, ନିରଦ ବରଣ ଖୁଣ୍ଟିଆ ଖୁବ୍ ସୁନ୍ଦର ଭାବରେ ତାଙ୍କର ଅଭିଭାଷଣ ରଖିଥିଲେ । ନାରୀ ସଶକ୍ତିକରଣ, ଯୁବ ନେତୃତ୍ୱ, ଏଡସ୍‌, ଡେଙ୍ଗୁ, ମ୍ୟାଲେରିଆ, ମହିଳାଙ୍କ ସ୍ୱାସ୍ଥ୍ୟସମସ୍ୟା ସହିତ ନିସ୍ୱାର୍ଥପର ସେବା, ଆମ ସମ୍ବିଧାନ, ସାମାଜିକ ପରିବର୍ତ୍ତନ, ଟ୍ରାଫିକ ସଚେତନତା, ଜାତୀୟ ସେବା ଯୋଜନାର ଆହ୍ୱାନ, ଆଧୁନିକ ଜୀବନଶୈଳୀରେ ଖାଦ୍ୟପେୟର ପ୍ରଭାବ, ମହିଳା ନେତୃତ୍ୱ ସହିତ ଉଦ୍‌ଯାପନୀ ଉତ୍ସବରେ ଜାତୀୟ ସେବା ଯୋଜନାର ମାର୍ଗ ପ୍ରସ୍ତୁତି ପାଇଁ ଆଲୋଚନା ଶିବିରାର୍ଥୀମାନଙ୍କୁ ଅନେକ ପ୍ରେରଣା ଯୋଗାଇଥିଲା । ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଦେଶୀ ଫଳ ବଗିଚା ତିଆରି କରିବା ସହିତ ମହାବିଦ୍ୟାଳୟ ପରିସରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ପାଇଁ ଶିବିରାର୍ଥୀମାନେ ଶପଥ ନେଇଥିଲେ । ଶିବିରାର୍ଥୀମାନେ ତାଙ୍କ ଅନୁଭୂତି ଓ ବିଭିନ୍ନ କଳାକୁ ପ୍ରଦର୍ଶନ କରି ଶିବିରକୁ ସଫଳ କରାଇପାରିଥିଲେ । ରାତ୍ରି କାର୍ଯ୍ୟକ୍ରମରେ ଶିବିରାର୍ଥୀମାନେ କ୍ୟାମ୍ପ ଫାୟାରିଂ କରି ଶିବିରର ସଫଳତାକୁ ସାବ୍ୟସ୍ତ କରିଥିଲେ । ଶିବିରାର୍ଥୀମାନଙ୍କୁ କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଶଙ୍କର ପରିଡ଼ା, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ରାଉତ ଓ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ଶିବିରାର୍ଥୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ୬ ଦିନର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ସେବା ଯୋଜନାର ପତାକା ଧରାବତରଣ କରି ଶେଷରେ ଅନିନ୍ଦିତା ରାୟ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ପିଲାମାନଙ୍କ ରୋଷେଇ ଖୁବ୍ ସ୍ୱାଦଷ୍ଟ ଥିଲା ବୋଲି ସେବା ଯୋଜନାର ସହଯୋଗୀ ଅଧ୍ୟାପକ ସୁନିଲ କୁମାର ସେଠୀ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ