ଶ୍ରମମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୃତକ ଓ ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗାପଦର ଗ୍ରାମର ବିଜୟ ବେହେରା ଓ ଚିରଞ୍ଜିବି ମହାପାତ୍ର ଙ୍କ ଘର ପୋଡ଼ିଯାଇ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି l ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନି ବିପନ୍ନ ପରିବାରକୁ ଭେଟି ଆଶ୍ୱାସନା ଦେବା ସହ ଦୁଇଗୋଟି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହି ଗ୍ରାମର କନ୍ଧ ଡାକୁଆ (୪୫) ଆନ୍ଧ୍ରପ୍ରଦେଶର ଗୁଣ୍ଠୁରୁ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିବା ଖବର ଜାଣିବା ପରେ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ପ୍ରତିନିଧି ଭାବେ ନରେନ୍ଦ୍ର ଦେବତା, ଜିଲ୍ଲା ପରିଷଦ ସଭ୍ୟ ବିକ୍ରମ କୁମାର ନାୟକ, ସରପଞ୍ଚ ପିତାମ୍ବର ବେହେରା, ପର୍ବତନ ସରପଞ୍ଚ ସୁକାନ୍ତ ଭୂୟାଁ, ହାତୀଓଟ ସମିତି ସଭ୍ୟ କାହ୍ନୁ ଚରଣ ସାହୁ, ସୀମାଞ୍ଚଳ ସାହୁ, ରାଜେନ୍ଦ୍ର କୁମାର ମହାରଣା ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକର ବଡପଙ୍କଳବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ ରାମଚନ୍ଦ୍ରପୁର ଗ୍ରାମର ୫ ମାସ ତଳେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ସିମାଞ୍ଚଳ ନାହାକ ଙ୍କ ପାଞ୍ଚ ବର୍ଷର ପୁଅ ଗୋପାଳ ନାହାକ ପୋଖରି ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ ଓ ମନ୍ଦାର ଗ୍ରାମର ସତ୍ଯବାନ ସ୍ବାଇଁଙ୍କ ପିତା ରଙ୍କ ସ୍ବାଇଁ ଅକାଳ ମୃତ୍ୟୁ ବରଣ କରିଥିଲେ। ଉଭୟ ପରିବାରକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ ତାଙ୍କର ପ୍ରତିନିଧି ନରେନ୍ଦ୍ର ଦେବତାଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁଜନତା ଦଳର ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପଙ୍କଳବାଡି ସରପଞ୍ଚ ପ୍ରତିନିଧି ବୃନ୍ଦାବନ ବେହେରା, ସମିତି ସଭ୍ୟା ଲିଲି ବେହେରା, ମନ୍ଦାର ସରପଞ୍ଚ କାର୍ତ୍ତିକ ଜେନା, ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପଙ୍କଳବାଡି ଗ୍ରାମର ବିଜେଡି ସଭାପତି ସଞ୍ଜୟ କୁମାର ପ୍ରଧାନ, ନାଏବ ସରପଞ୍ଚ ଜୟସେନ ଜେନା, ଟୁଲୁ ମହାରଣା, କେ.ନୀଳମାଧବ ଆଚାରୀ, ବ୍ଳକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ସୁଜିତ ବିଷୋୟୀ, ସତ୍ଯବାନ ବେହେରାଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ଆର୍ଥୀକ ସହାୟତା ଯୋଗାଇବା ସହ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ