୨୧ ତମ କନ୍ଧମାଳ ଜିଲ୍ଲା ଆର୍ଯ୍ୟ ମହୋତ୍ସବ ଉଦଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ ବୈଦିକ ସତସଙ୍ଗ ଆଶ୍ରମ ପରିସରରେ ମହର୍ଷି ଦୟାନନ୍ଦ ସରସ୍ବତୀ ଙ୍କ ୨୦୦ ତମ ଜୟନ୍ତୀ ଅବସରରେ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ୨୧ ତମ କନ୍ଧମାଳ ଜିଲ୍ଲା ସ୍ତରୀୟ ଆର୍ଯ୍ୟ ମହୋତ୍ସବ-୨୦୨୩ ଉଦଘାଟିତ ହୋଇଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ, ତପବନ ଶାନ୍ତି ଆଶ୍ରମ ସଭାପତି ସୁଦାମ ବେହେରା, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ବେହେରା, ବଣିକ ସଂଘ ସଭାପତି ପଦ୍ମଚରଣ ପଣ୍ଡା, ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କା, ପୂଜା କମିଟି ସଭାପତି ଦିଲୁ ମହାନ୍ତି , ଜିଲା ଆର୍ଯ୍ୟ ସମାଜ ସଭାପତି ବାଳକୃଷ୍ଣ ପ୍ରଧାନ, ରାଇକିଆ ବୈଦିକ ସତସଙ୍ଗ ଆଶ୍ରମ ସଭାପତି ଓମ୍ ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପଣ୍ଡିତ ସୋମଦତ୍ତ ଶାସ୍ତ୍ରୀ, ଆଚାର୍ଯ୍ୟ ନିରଞ୍ଜନ, ନାଗାଲାଣ୍ଡ ଆଶ୍ରମର ମୁଖ୍ୟ ସଂଗଠକ ଅମିତ୍ ଆର୍ଯ୍ୟ । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମବେଦ ପାରାୟଣ ମହାଯଜ୍ଞ, ବେଦ ପ୍ରବଚନ, ଶୋଭାଯାତ୍ରା, ବ୍ୟାୟାମ ସମ୍ମିଳନୀ, ଭଜନ ସନ୍ଧ୍ୟା, ସମ୍ମାନ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜିଲାର ବିଭିନ୍ନ ପ୍ରାନ୍ତରୁ ଆର୍ଯ୍ୟ ସମାଜ ସହ ସଂଶ୍ଳିଷ୍ଟ ଥିବା ଆଚାର୍ଯ୍ୟ, ବିଦ୍ୱାନ, ବ୍ରହ୍ମଚାରୀ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିବା ବେଳେ ଆର୍ଯ୍ୟ ସମାଜ କନ୍ଧମାଳ ତରଫରୁ ଏହାକୁ ଅୟୋଜନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ