ପ୍ରାଥମିକ ବିଦ୍ୟାଳୟ ବାଟ ହୁଡୁଛି ଭିତ୍ତିଭୂମି ଅଭାବ ଶ୍ରେଣୀଗୃହ ଅଭାବ ବାରାଣ୍ଡାରେ ପାଠାପଢା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ନୂଆଁ ନୂଆଁ ଢାଞ୍ଚାରେ ଶିକ୍ଷାର ଅଗ୍ରଗତି କରାଯାଉଥିବା କୁହାଯାଉଛି ।କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଖର୍ଚ୍ଚ ମଧ୍ୟ ହେଉଛି କିନ୍ତୁ ପ୍ରାଥମିକ ବିଦ୍ୟାଳୟର ଭାଗ୍ୟ ଅପରିର୍ବିତ ରହିଛି।ଆଜିବି ପିଲାଏ ପାଠ ପଢ଼ିବାରୁ ମୌଳିକ ଅଧିକାର ବଞ୍ଚିତ ହେଉଛନ୍ତି। ତଳେ ବସି ପାଠପଢିବାକୁ ଶ୍ରେଣୀ ଗୃହ ନାହିଁ। ଏଭଳି ପ୍ରାଥମିକ ବିଦ୍ୟାଳୟ ର ବିକଳ ଚିତ୍ର ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ସ୍କୁଲ ରେ ଦେଖିବାକୁ ମିଳିଛି।ବିଦ୍ୟାଳୟ ର ଭିତ୍ତିଭୂମିର ଅଭାବ। କେତେ ସଜାଡ଼ିଲେ ମଧ୍ୟ ସୁଧାର ଆସୁନି। କେଉଁଠି ନା କେଉଁଠି ଯୋଜନା ବାଟବଣା ହୋଇଯାଉଛି। ପ୍ରାଥମିକ ବିଦ୍ୟାଳୟ, ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମାନଙ୍କରେ ପ୍ରଥମରୁ ଅଷ୍ଟମ,ପ୍ରଥମରୁ ପଞ୍ଚମ ଯାଏ ପିଲାଏ ପାଠ ପଢିବା ପାଇଁ ଆସୁଥିବା ବେଳେ ଶ୍ରେଣୀଗୃହ ନାହିଁ। ଗୋଟିଏ ଶ୍ରେଣୀରେ ଗୃହରେ ଦୁଇଟି କ୍ଲାସ। ଛାତ୍ର ଛାତ୍ରୀ ମାନେ ପୂର୍ବ ପଶ୍ଚିମ ମୁହାଁ ମୁହିଁ ହୋଇ ବସୁଥିବା ବେଳେ ଶିକ୍ଷକ ମାନେ ମଧ୍ୟ ସେହିଭଳି ପାଠ ପଢ଼ାଉଛନ୍ତି। ବର୍ଷା,ଖରା କିମ୍ବା ଶୀତ ହେଉ ଶ୍ରେଣୀର ଅଭାବ ଯୋଗୁଁ ବାରଣ୍ଡା ରେ ପଢୁଛନ୍ତି। ଏଭଳି ପରିସ୍ଥିତି ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଥିବା ବିଦ୍ୟାଳୟ ର ଅବସ୍ଥା ସଙ୍ଗୀନ। ଚୁଡ଼ଙ୍ଗପୂର୍ ସାନଖେମୁଣ୍ଡି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ,ହାଟପଦା ପ୍ରାଥମିକ ବିଦ୍ୟାଳୟ,ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ଗଙ୍ଗାପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ଆଡପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ , ମହାନଳା ନୋଡାଲ ଉଚ୍ଚ ବିଦ୍ୟାଳୟ, ଏଭଳି ବହୁତ୍ ଗୁଡ଼ିଏ ସ୍କୁଲ ମାନଙ୍କରେ ଦୟନୀୟ ଅବସ୍ଥା ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଶ୍ରେଣୀ ଗୃହ ।ଛାତରୁ ସିମେଣ୍ଟ ପଲସ୍ତରା ପଡ଼ୁଥିବା ବେଳେ ଛାତରୁ ପାଣି ଜଳୁଛି ତଳେ ପାଲ,ଆଖା ପକାଇ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ କେତେ ବେଳେ ଅଘଟଣ ହେବ କହିହେବ ନାହିଁ। ମଧ୍ୟାହ୍ନ ଭୋଜନ ଖାଇବାକୁ ସ୍ଥାନ ନାହିଁ,ପିଲାମାନଙ୍କୁ ଶାରୀରିକ ଶିକ୍ଷା ଖେଳ କୁଦ ପାଇଁ ଖେଳ ପଡିଆ ନାହିଁ।୭୫୦ ଛାତ୍ର ଛାତ୍ରୀ ଙ୍କୁ ଗୋଟାଏ ପାଇଖାନା,ପାଣି ର ସମସ୍ୟା ନକହିଲେ ଭଲ। ଏ ଭଳି ସମସ୍ୟା ଦେଇ ଗତିକରୁଛି ପ୍ରାଥମିକ ବିଦ୍ୟାଳୟ। ସରକାର ସ୍କୁଲ ଖୋଲିଛନ୍ତି କିନ୍ତୁ ପାଠ କିଏ ପଢ଼ାଇବାକୁ ଅଛନ୍ତି ନା କିଏ ପଢିବାକୁ ଆସୁଛନ୍ତି ।ଏଭଳି ସ୍ଥଳେ ଏକ ମାତ୍ର ଭରସା ପିଲାଙ୍କ ଭବିଷ୍ୟତ ପଢ଼ିବା ପାଇଁ ଘରୋଇ ବିଦ୍ୟାଳୟ। ବେସରକାରୀ ସ୍କୁଲ ମାନଙ୍କରେ ଶିକ୍ଷା,ଦୀକ୍ଷା ଶାରୀରିକ,ମାନସିକ ବୌଦ୍ଧିକ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ପିଲାଙ୍କୁ ପଢିବାକୁ ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଅଥଚ ସରକାରୀ ସ୍କୁଲ ଙ୍କୁ ଅମଙ୍ଗ ହେଉଛନ୍ତି। ସରକାର ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ବିଦ୍ୟାଳୟ ଗୁଡ଼ିକୁ ସ୍ମାର୍ଟ କ୍ଲାସ ରେ ପରିଣତ କରିଛନ୍ତି ବହୁତ ବିଳମ୍ବରେ ହୋଇଥିଲେ ମଧ୍ୟ ସ୍ବାଗତ ଯୋଗ୍ୟ ସେହିଭଳି ପ୍ରାଥମିକ ବିଦ୍ୟାଳୟ କୁ ଯଦି ସରକାରଙ୍କ ଦୃଷ୍ଟି ପଡ଼ନ୍ତା ତାହେଲେ ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇପାରିବ। ବିଦ୍ୟାଳୟର ସମସ୍ୟା କୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଙ୍କୁ ପଚାରିବାରୁ ସେ କହିଲେ ଜିଲ୍ଲା ରେ ସବୁଠି ଏହି ଅବସ୍ଥା ।ସରପଞ୍ଚ ମାନେ ପାଣ୍ଠି ରଖି ବିଲ୍ଡଙ୍ଗିଁ କରିବେ ମତପ୍ରକାଶ କରିଛନ୍ତି। ଗୋଷ୍ଠି ଶିକ୍ଷାଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଶିକ୍ଷା ବିଭାଗ ବୁଝୁଥିଲେ ବର୍ତ୍ତମାନ ପଞ୍ଚାୟତ ସରପଞ୍ଚ ମାନଙ୍କୁ ସରକାର ବିଦ୍ୟାଳୟର ସମସ୍ତ ଦାୟୀତ୍ବ ଦେଇଛନ୍ତି ଆସନ୍ତା ଶିକ୍ଷା ବର୍ଷ ଠାରୁ ସମସ୍ୟା ଦୂର ହେବବୋଲି କହିଛନ୍ତି। ସରକାର ଯଦି ବିଦ୍ୟାଳୟ ରେ ଚାଲିଥିବା ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୁକ୍ତ,ଏବଂ ଦଣ୍ଡ ମୁକ୍ତ ହଟାଇ ଭିତ୍ତିଭୂମି ସୁଦୃଢ଼ କରାଯାଇ ପାରିଲେ ସରକାର ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି ତାହା ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ବୁଦ୍ଧି ଜୀବି ମହଲରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ