କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରୀକେଟ ଆସୋସିଏସନ ପକ୍ଷରୁ ମେଗା ପ୍ରଦର୍ଶନୀ ମ୍ୟାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରୀକେଟ ବଲ ଆସୋସିଏସନ ପକ୍ଷରୁ ଏକ ଦିବାରାତ୍ର ମେଗା ପ୍ରଦର୍ଶନୀ କ୍ରୀକେଟ ମ୍ୟାଚ ସ୍ଥାନୀୟ କେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛିି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ଉଦଘାଟକ ଭାବେ ଯୋଗଦେଇ ମ୍ୟାଚକୁ ଉଦଘାଟନୀ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ଓ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଯୋଗଦେଇଥିଲେ । ଏହି ପ୍ରଦର୍ଶନୀ ମ୍ୟାଚରେ ପ୍ରଥମ ମ୍ୟାଚରେ କେନ୍ଦ୍ରାପଡା ବ୍ଲକ ସରପଞ୍ଚ ସଙ୍ଘ ସହିତ କେନ୍ଦ୍ରାପଡା ପୈାରପରିଷଦର କାଉନସିଲର, ଦ୍ୱିତୀୟ ମ୍ୟାଚ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ମେଡିଆ-୧୧ମଧ୍ୟରେ, ତୃତୀୟ ମ୍ୟାଚଟି ପଲଟିକାଲ-୧୧(କଂଗ୍ରେସ, ବିଜେପି ଓ ବିଜେଡି) ଓ ଆଇନଜୀବୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀ ମ୍ୟାଚର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡା ପୈାରପରିଷଦର କାଉନସିଲରଙ୍କୁ ହରାଇ ପଲଟିକାଲ-୧୧ବିଜୟୀ ହୋଇ ଟ୍ରଫି ହାସଲ କରିଥିଲା । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମ୍ୟାଚର ସଭାପତି ଶ୍ରୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମାଜସେବୀ ଜଗଦୀଶ ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳ ମାଧ୍ୟମରେ ଭାତୃତ୍ୱ ଭାବ ଜାଗରିତ ହୋଇଥାଏ । ସମ୍ବିଧାନର ୪ଟି ସ୍ତମ୍ବର ପ୍ରତିନିଧିମାନଙ୍କ ମଧ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀ ମ୍ୟାଚ ଆଗାମୀ ଦିନରେ କେନ୍ଦ୍ରାପଡାର ଭାଇଚାରାକୁ ଆହୁରି ମଜଭୁତ କରିବା ସହିତ କେନ୍ଦ୍ରାପଡାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବାଟ କଢାଇନେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଜିଲ୍ଲା କ୍ରୀକେଟ ଆସୋସିଏସନର ସାଧାରଣ ସମ୍ପାଦକ ସୁବାଶିଷ ସେନାପତି ଓ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସଙ୍କୁ ମୋମେଣ୍ଟୋ, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ନାୟକ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ପରେ ପ୍ରଦର୍ଶନୀ ମ୍ୟାଚ ସ୍ଥଳକୁ ଆସିଥିଲେ । ଏହି ସମୟରେ ସମାଜସେବୀ ଶ୍ରୀ ନାୟକଙ୍କୁ ସାନମଙ୍ଗଳାଛକରେ ମହିଳାମାନେ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ଇଛାପୁର ଠାରେ ବହୁ ସଂଖ୍ୟାରେ ଯୁବକମାନେ ତାଙ୍କୁ ଏକ ର‌୍ୟାଲିରେ ସ୍ୱାଗତ ଜଣାଇ ମ୍ୟାଚସ୍ଥଳକୁ ପାଛୋଟି ଆଣିଥିଲେ । ଏହି ମ୍ୟାଚକୁ ଅମ୍ପେୟାର ଭାବେ ସତ୍ୟପ୍ରକାଶ ତ୍ରିପାଠୀ, ଜ୍ୟୋତିରଞ୍ଜନ ତ୍ରିପାଠୀ, ନିଗମାନନ୍ଦ ସାହୁ, ସେକ ମୋଜାଗର ହୁସେନ ପ୍ରମୁଖ ପରିଚାଳନା କରିଥିଲେ । ବରଦାକାନ୍ତ ବରାଳ ଅତିଥର ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସରୋଜକାନ୍ତ ସାହୁ, ସାବିର ଖାନ, ସନ୍ତୋଷ ପଣ୍ଡା, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ସମୀର ମହାପାତ୍ର, ସାହାନୱାଜ ଖାନ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ