ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ଦଳ ଦଳ ମଧ୍ୟରେ ଅସନ୍ତୁଷ୍ଟ ଲାଗି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳ ଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବାବେଳେ ବିଜୁ ଜନତା ଦଳ (ବି.ଜେ.ଡି) ପୁଣି କେନ୍ଦ୍ର ସରକାରଙ୍କ ସମର୍ଥନରେ ଛିଡ଼ା ହୋଇଛି । ଦଳ ଉଦଘାଟନ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି ଓ ଦଳ ପକ୍ଷରୁ କୁହାଯାଇଛି ଯେ ଦେଶର ରାଷ୍ଟ୍ରପତି ଓ ସଂସଦର ଗାରିମା ରହିଛି । ମତଭେଦକୁ ପରବର୍ତ୍ତୀ ସମୟରେ ଦୂର କରିହେବ । ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଓ୍ବାଇଏସଆର କଂଗ୍ରେସ ମଧ୍ୟ ଏହି ସମାରୋହରେ ଯୋଗ ଦେବାକୁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏକ ଟୁଇଟ କରି ଲେଖିଛନ୍ତି ଯେ ସଂସଦ ଆମ ଗଣତନ୍ତ୍ରର ମନ୍ଦିର ଓ ଏହା ଦେଶର ଆତ୍ମାକୁ ପ୍ରତିନିଧିତ୍ବ କରେ । ଏହା ସମସ୍ତ ଦେଶବାସୀଙ୍କର ଓ ସବୁ ଦଳଙ୍କର । ଏପରି ସମାରୋହକୁ ବୟକଟ୍ କରିବା ପ୍ରକୃତ ଗଣତନ୍ତ୍ରର ପରିଚାୟକ ନୁହେଁ । ମତଭେଦକୁ ଦୂର କରି ସବୁ ଦଳ ଏଥିରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏହାକୁ ନେଇ ବିରୋଧୀ ଦଳ ଅସନ୍ତୁଷ୍ଟ ଅଛନ୍ତି । ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ ବୋଲି ବିରୋଧୀ ଦଳର ନେତାମାନେ କହିଛନ୍ତି। ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦଘାଟନ କରିବା ପାଇଁ ଦାବି କରିସାରିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ