ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ଚନ୍ଦ୍ରଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ଏବେ ଚାରିଆଡେ ଖୁସିର ମାହୋଲ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କ ସହ କଥା ହୋଇଛନ୍ତି । ମୋଦୀ କହିଛନ୍ତି, ଆପଣଙ୍କୁ ଆଉ ଆପଣଙ୍କ ଟିମକୁ ଶୁଭେଚ୍ଛା । ଆପଣଙ୍କ ନାଁ ସୋମନାଥ ଯାହା ଚନ୍ଦ୍ର ସହ ଜଡିତ, ଆପଣଙ୍କ ପରିବାର ବି ଆଜି ବହୁତ ଖୁସି ଥିବେ । ମୁଁ ଖୁବଶୀଘ୍ର ଭାରତ ଯାଇ ଆପଣଙ୍କୁ ଦେଖା କରି ଶୁଭେଚ୍ଛା ଜଣାଇବି ।ଚନ୍ଦ୍ରଯାନ ୩ର ସଫଳ ଲ୍ୟାଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ରଖି କହିଥିଲେ, ଏହି କ୍ଷଣ ଅବିସ୍ମରଣୀୟ, ଏହି କ୍ଷଣ ଅଦ୍ଭୁତପୂର୍ବ । ଏହା ୧୪୦ କୋଟି ଲୋକଙ୍କ ସାମର୍ଥ୍ୟର ପ୍ରମାଣ । ଏହି ବିକଶିତ ଭାରତର ଶଙ୍ଖନାଦ । ଉଦୀୟମାନ ଭାରତର ପ୍ରମାଣ । ନୂଆ ବିଶ୍ୱାସ, ନୂଆ ଉତ୍ସାହର ଏହା ପ୍ରମାଣ । ପୂରା ଭାରତ ଖୁସିରେ ଝୁମୁଛି । ଦକ୍ଷିଣ ମେରୁରେ ଭାରତ ପହଞ୍ଚିଛି । ଯାହା କୌଣସି ଦେଶ ପାରିନଥିଲେ ।ଆଜି ସଫଳତାର ସହ ଚନ୍ଦ୍ରରେ ଓହ୍ଲାଇଲା ଲ୍ୟାଣ୍ଡର । ଦକ୍ଷିଣ ମେରୁରେ ଉଡିଲା ତ୍ରିରଙ୍ଗା । ଭାରତର ଚନ୍ଦ୍ର ଅଭିଯାନ ସଫଳ ହୋଇଛି । ଆଉ ଇତିହାସ ରଚିଲା ଇସ୍ରୋ । ତୃତୀୟ ପ୍ରୟାସରେ ଭାରତକୁ ବଡ ସଫଳତା ମିଳିଛି । ଆମେରିକା, ଚୀନ, ଋଷ ପରେ ଭାରତ ଏହି ସଫଳତା ପାଇଛି । ଆଜି ଯାଏଁ ଅପହଞ୍ଚ ଥିଲା ଦକ୍ଷିଣ ମେରୁ । ଦକ୍ଷିଣ ମେରୁରେ ପ୍ରଥମ ପହଞ୍ଚିଲା କେବଳ ଭାରତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ