ଗଞ୍ଜାମ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଭିକାର୍ତ୍ତାଙ୍କ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଲୋକଙ୍କ କଷ୍ଟ ଉପାର୍ଜିତ ଧନକୁ ସଠିକ ଓ ସୁରକ୍ଷିତ ବିନିଯୋଗ ସକାଶେ ଏକ ସଚେତନତା ଶିବର ବ୍ରହ୍ମପୁର ସ୍ଥିତ ରାଜସ୍ବ ନିରୀକ୍ଷଣ ବଙ୍ଗଳା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଂଗଠନ ପକ୍ଷରୁ ସ୍ୱଳ୍ପ ସଞ୍ଚୟ ବିଭାଗ ଉପ ନିର୍ଦ୍ଦେଶକ ହରି ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲାର ସମସ୍ତ ଅଭିକାର୍ତ୍ତା ମାନଙ୍କୁ ପ୍ରଥମ କରି ପରିଚିତ ପତ୍ର ବଣ୍ଟନ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଓଡ଼ିଶାର କୌଣସି ଜିଲ୍ଲାରେ ପରିଚିତ ପତ୍ର ଆବଣ୍ଟନ ହୋଇନାହିଁ ଏହା ରାଜ୍ୟରେ ସର୍ଵ ପ୍ରଥମ । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ, ଡାକ ବିଭାଗ ଡେପୁଟି ସୁପେରିଟେଣ୍ଡ ପୀତବାସ ଜେନା ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ବେସରକାରୀ ଅନୁଷ୍ଠାନ ଗୁଡିକରେ ବିନିଯୋଗ କରି ଠକମିର ଶିକାରରୁ ବଞ୍ଚିବା ନିମନ୍ତେ ସରକାରଙ୍କ ନିର୍ଭର ଯୋଗ୍ୟ ଅନୁଷ୍ଠାନ ମାନଙ୍କରେ ଲୋକେ ନିଜ କଷ୍ଟ ଉପାର୍ଜିତ ଅର୍ଥରୁ ସଂଚୟ କରିଲେ ତାହା ସେମାନଙ୍କ ଜରୁରୀ ଆବଶ୍ୟକ ସମୟରେ ବିନିଯୋଗ କରିପାରିବେ ,ଏହି ବାର୍ତ୍ତାର ପ୍ରଚାର ପ୍ରସାର ନିମନ୍ତେ ଅଭିକାର୍ତ୍ତାଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ନିରାପଦ ସଞ୍ଚୟ ଏବଂ ସୁରକ୍ଷିତ ଭବିଷ୍ୟତ ନିମନ୍ତେ ଡ଼ାକ ବିଭାଗରେ ବିନିଯୋଗ କରିବା ଦିଗରେ ସଚେତନ କରାଯାଇଥିଲା । ଅଭିକାର୍ତ୍ତାଙ୍କ ଭୂମିକା କିଭଳି ହେବା ଜରୁରୀ ସେ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଶିବିରଟିରେ ଗଞ୍ଜାମ ଜିଲ୍ଲାର ଦୁଇଶହରୁ ଉର୍ଦ୍ଧ ସ୍ୱଳ୍ପ ସଞ୍ଚୟ ଅଭିକାର୍ତ୍ତାଙ୍କ ସମାଗମ ହୋଇଥିଲା । ଜିଲ୍ଲା ଅଭିକାର୍ତ୍ତା ସଂଘର ସଭାପତି ଆଶ୍ୱିନୀ କୁମାର ପଟ୍ଟନାୟକଙ୍କ ପ୍ରଚେଷ୍ଟା ଦ୍ୱାରା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ପକ୍ଷରୁ ଅଭିକାର୍ତ୍ତାଙ୍କ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।ଏହି ଶିବିରରେ ବିନୋଦ ରାଉତ, କ୍ଷୀରୋଦ କୁମାର ରଥ, ସତ୍ୟ ନାରାୟଣ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରମୁଖ ସହଯୋଗ କରିଥିଲେ ।ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନୀମାକା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ