ଚନ୍ଦନପୁର ରୁ ଅସ୍ତରଙ୍ଗ ଡ଼ାକ ରେ ମନିଅର୍ଡର ପହଞ୍ଚିଲା ୫ବର୍ଷ ପରେ

ନିମାପଡ଼ା, (ସନ୍ତୋଷ ଦାଶ):ସାରା ଦେଶ ରେ ଟଙ୍କା ପ୍ରେରଣ ଓ ଚିଠିପତ୍ର ବିନିମୟ ର ସୁରକ୍ଷିତ ବ୍ୟବସ୍ଥା ହେଉଛି କେନ୍ଦ୍ର ସରକାରଙ୍କ ଦ୍ଵାରା ଚାଲିଥିବା ଡ଼ାକ ବ୍ୟବସ୍ଥା। ସେହି ବିଭାଗ ରେ ଏକ କୌତୁହଳ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ରେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣା ରୁ ପ୍ରକାଶ ଯେ, ପୁରୀ ଜିଲ୍ଲା ବୀରନରସିଂହପୁର ଗ୍ରାମ ର ପ୍ରକାଶ କୁମାର ରଥ ଗତ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖ ରେ ଚନ୍ଦନପୁର ପୋଷ୍ଟ ଅଫିସରୁ ୧ ହଜାର ଟଙ୍କା ମନିଅର୍ଡର ଯୋଗେ ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ଆଦିକନ୍ଦପୁର ଗ୍ରାମ ର ସୁଧୀର କୁମାର କର ଙ୍କ ନିକଟକୁ ପଠାଇଥିଲେ । ଏହି ମନିଅର୍ଡର ଟଙ୍କା ସୁଧୀର ଙ୍କ ନିକଟରେ ଗତ ୪ତାରିଖ ରେ ପହଞ୍ଚିଛି। ଗୋଟିଏ ଜିଲ୍ଳା ଭିତରେ ଗୋଟିଏ ପୋଷ୍ଟ ଅଫିସରୁ ଅନ୍ୟ ଏକ ପୋଷ୍ଟ ଅଫିସକୁ ମନି ଅର୍ଡର ପହଞ୍ଚିବାରେ ଦୀର୍ଘ ୫ ବର୍ଷ ଲାଗିଗଲା ଜଣାପଡ଼ିବା ପରେ ଡ଼ାକ ବିଭାଗ ର କାର୍ଯ୍ୟ କୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଘଟଣା ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ