ବଳାତ୍କାର ଉଦ୍ୟମ କରି ଯୁବକ ଗିରଫ

ଚୌଦ୍ୱାର, (ଦୀପକ କୁମାର ବେଉରା):ମହିଳାଙ୍କୁ ଲିଫ୍ଟ ଦେବା ବାହାନା କରି ମଝି ରାସ୍ତାରେ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଆଜି ଚୌଦ୍ୱାର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜିଗ୍ନୀପୁର ମହାଜନପୁର ଗ୍ରାମର ନାନକେରା ସାହିର ଟୁଲୁ ଓରଫ ବିଶ୍ୱପ୍ରକାଶ ନାୟକ (୨୬) ବୋଲି ଜଣାପଡ଼ିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ପଟିଆ କାନନବିହାର ଅଞ୍ଚଳର ଇନ୍ଦୁମତୀ ସେଠୀ(୩୪) ତାଙ୍କ ଭଉଣୀଘର ନିଶ୍ଚିତକୋଇଲି ମହାଜନପୁରକୁ ଆସିଥିବାବେଳେ ସେଠାରୁ ଭୁବନେଶ୍ୱର ଫେରିବା ପାଇଁ ବାହାରିଥିଲେ । ତେବେ ନିଶ୍ଚିନ୍ତ କୋଇଲି ପର୍ଯ୍ୟନ୍ତ ଆସି ସେଠାରୁ ମୋ ବସ ଯୋଗେ ଭୁବନେଶ୍ୱର ଆସିବାକୁ ଅପେକ୍ଷା କରିଥିବା ସମୟରେ ଟୁଲୁ (ଓଡ଼ି୦୫ ଏ ୬୭୧୮) ନମ୍ବର ବିଶିଷ୍ଟ ହିରୋ ସୁପର ସ୍ପେଣ୍ଡର ବାଇକରେ ଇନ୍ଦୁମତୀଙ୍କୁ ଲିଫ୍ଟ ଦେଇ କହିଥିଲେ ଯେ ନିଶ୍ଚିତକୋଇଲି ଛକ ରେ ଛାଡ଼ିଦେବି। ମାତ୍ର ସେ ନିଶ୍ଚିତକୋଇଲି ଛକରେ ଛାଡ଼ିବା ପରିବର୍ତ୍ତେ ଅନ୍ୟ ଉଦ୍ଦେଶ୍ୟ ରଖି କପିଳାସ ରୋଡ଼କୁ ନେଇ ଆସି ବାଟରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା । ତେବେ ଇନ୍ଦୁମତୀ ପ୍ରତିବାଦ କରିବାରୁ ଟୁଲୁ ତାଙ୍କୁ ମୋଟରସାଇକେଲରୁ ଠେଲି ମାରିଦେବା ପାଇଁ ଉଦ୍ୟମ କରିଥିଲା । ତେବେ ଏହି ସମୟରେ ପୀଡ଼ିତା କଷ୍ଟେ ମାଷ୍ଟେ ଜୀବନ ବଞ୍ଚାଇ ଥିଲେ । ଇନ୍ଦୁମତୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ଏ ନେଇ ଇନ୍ଦୁମତୀ ୩୧ତାରିଖ ଦିନ ଚୌଦ୍ୱାର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେଶ ନମ୍ବର ୪୨୮/୨୦୨୩ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତେବେ ଘଟଣାର ତଦନ୍ତ କରି ଅଭିଯୁକ୍ତ ଟୁଲୁକୁ ଆଜି ଚୌଦ୍ୱାର ଥାନା ପୁଲିସ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ବାଇକ ଓ କଳାରଙ୍ଗର ରେଡମି ସ୍ମାର୍ଟ ଫୋନ ମଧ୍ୟ ଜବତ ହୋଇଛି । ପୁଲିସ ଏ ନେଇ ଭାରତୀୟ ଦଣ୍ଡବିଧି ଆଇନ୩୬୫/୩୫୪/୩୬୪(ଏ)/୩୨୩/୨୯୪/୩୦୭ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣା ବିଷୟରେ ଜଣାପଡ଼ିବା ପରେ ଦଫା ୩୬୫/୩୭୬(୧)/୩୫୪/୩୫୪(ଏ)/୩୨୩/୨୦୪/୩୦୭ ଧାରାରେ ପରିବର୍ତ୍ତନ କରାଯାଇ ଟୁଲୁକୁ କୋର୍ଟ ଚାଲଣ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ