ସର୍ପାଘାତରେ ମହିଳାଙ୍କ ମୃତୁ୍ୟ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଜଣେ ମହିଳାଙ୍କ ସର୍ପାଘାତରେ ମୃତୁ୍ୟ ଘଟିଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ପାଣ୍ଡୁ ମୁଣ୍ଡାଙ୍କ ସ୍ତ୍ରୀ ମଞ୍ଜୁ ମୁଣ୍ଡା ଗତ ମଙ୍ଗଳବାର ରାତିରେ ଘରେ ଖାଇପିଇ ଶୋଇଥିବା ସମୟରେ ଭୋର ଭୋର କୌଣସି ଏକ ବିସାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇ ଯାଇଥିଳେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେଠାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ସମୟରେ ତାଙ୍କର ମୃତୁ୍ୟ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ