ଚାରିଛକ ସାମ୍ୱାଦିକ ସଂଘ ର ବୈଠକ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ର ମା କନକ ଦୁର୍ଗା ମନ୍ଦିର ଠାରେ ଚାରିଛକ ସାମ୍ୱାଦିକ ସଂଘ ର ଏକ ବୈଠକ ସଭାପତି ପ୍ରଫୁଲ୍ଲ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଜାତୀୟ ପ୍ରେସ ଦିବସ ପାଳନ କରାଯିବା ସଂପର୍କ ରେ ସବିଶେଷ ଆଲୋଚନା ହୋଇଥିଲା। ଗୋପ ଥାନା ରେ ଗତକାଲି ଜୈନିକ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା ଘଟଣା କୁ ବୈଠକ ରେ ତୀବ୍ର ନିନ୍ଦା କରାଯିବା ସହିତ ତୁରନ୍ତ ଅଭିଯୁକ୍ତ ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଥିଲା। ସଂଘ ପକ୍ଷରୁ ନୂତନ ସଭ୍ୟ ସଞ୍ଜୟ ପତି, ମାନସ ଖଣ୍ଡୁଆଳ, କୈଳାସ ପାତ୍ର,ଉପଦେଷ୍ଟା ପଞ୍ଚାନନ ସାହୁ ଙ୍କୁ ଉତ୍ତରୀୟ ଦିଆଯାଇ ସ୍ବାଗତ କରାଯାଇଥିଲା। ଏହି ବୈଠକରେ ଉପଦେଷ୍ଟା ଗୋପୀନାଥ କର, କାହ୍ନୁଚରଣ ବେହେରା,ପଣ୍ତିତ ମୁରଲୀଧର ଭାରତୀ, ସମ୍ପାଦକ ବସନ୍ତ ଦାସ, ଉପ ସଭାପତି ସନ୍ତୋଷ ଦାଶ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ପ୍ରଫୁଲ୍ଲ ସାହୁ, ବିଜୟ ବେହେରା, ବସନ୍ତ ନାୟକ, ରଞ୍ଜନ ଦାଶ, ପ୍ରଶାନ୍ତ ବେହେରା, ମହେନ୍ଦ୍ର ନାୟକ, ତୋଫାନ ପ୍ରଧାନ, ସୌମ୍ୟ ରଂଜନ ତ୍ରିପାଠୀ, ମୃତୁଞ୍ଜାୟ ମହାପାତ୍ର, ଶତ୍ରୁଘ୍ନ ପାତ୍ର, ରଜନୀ କାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ