କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ ସମ୍ମିଳନୀ ସ୍ଥାନୀୟ ସ୍ୱୟଂସିଦ୍ଧା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ମହାସଙ୍ଘର ସଭାପତି ଅଶୋକ କୁମାର ଲେଙ୍କା, କାର୍ଯ୍ୟକାରୀ ସଭାପତି ଶିବାଶିଷ ରାଉତ, ସୁଧାଂଶୁଶେଖର ବେହେରା, ସମ୍ପାଦକ ଦେବଦର୍ଶୀ ସାହୁ, ସଂଗଠନ ସମ୍ପାଦକ ଗଣେଶ କୁମାର ନାୟକ, ଉପଦେଷ୍ଟା ବିରେନ୍ଦ୍ର କୁମାର ରାୟ, ରବିନ୍ଦ୍ର ପରିଡା, ବଦ୍ରୀନାରାୟଣ ଜେନା, ସୁମନ୍ତ ସାମନ୍ତରାୟ ଓ ପ୍ରତିଷ୍ଠାତା ନିରଞ୍ଜନ ରଣସିଂହ ପ୍ରମୁଖ ରାଜ୍ୟସ୍ତରୀୟ ନେତୃମଣ୍ଡଳୀ ସମ୍ମିଳନୀକୁ ଉଦଘାଟନ ପୂର୍ବକ ଉଦବୋଧନ ଦେଇଥିଲେ । ଆଗାମୀ ଦିନରେ ଏହି ମହାସଙ୍ଘର କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳର ଖଣ୍ଡାୟତ ଭାଇମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ଏହି ବୈଠକରେ ମହାସଙ୍ଘର ଘୋଷଣାପତ୍ର ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଦୃଢ ସଂଗଠକ ତଥା ବିଶିଷ୍ଟ ସମାଜସେବୀ ଶରତ କୁମାର ବେହୁରାଙ୍କୁ ସର୍ବସମ୍ମତିକ୍ରମେ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ସମ୍ମିଳନୀର ପ୍ରାରମ୍ଭରେ ଭାବଗ୍ରାହୀ କଳାନିକେତନର କଳାକାରମାନଙ୍କ ଦ୍ୱାରା ଖଣ୍ଡାୟତ କ୍ଷତ୍ରୀୟ ପର୍ଯ୍ୟବେଶିତ ସଙ୍ଗୀତ ପରିବେଷଣ କରାଯାଇ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ଗୋଲେଖ ଚନ୍ଦ୍ର ପଢିଆରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସୁଶିଲ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଜିଲ୍ଲାରେ ଏହି ସଂଗଠନକୁ ସୁଦୃଢ କରି ଆଗାମୀ ଦିନରେ ଏହି ସମ୍ପ୍ରଦାୟର ହକ୍ ଏବଂ ଦାବିକୁ ଉପସ୍ଥାପନ ରୂପକ ପରସ୍ପରର ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ମାର୍ଶାଘାଇ ବ୍ଲକରୁ ସର୍ବେଶ୍ୱର ଦାସ, ମହାକାଳପଡା ବ୍ଲକରୁ ବିଶ୍ୱଜିତ ରାୟ, ଭାଗିରଥି ମଲ୍ଲ, କେନ୍ଦ୍ରାପଡା ବ୍ଲକରୁ ଭାଗୀରଥି ଜେନା, ମହେନ୍ଦ୍ର କୁମାର ପରିଡା, ଆଳି ବ୍ଲକରୁ ଧନେଶ୍ୱର ରାଉତ, ସୁମନ୍ତ କୁମାର ରାଉତ, ଗରଦପୁର ବ୍ଲକରୁ ବ୍ରଜସୁନ୍ଦର ରାଉତ, ଡେରାବିଶ ବ୍ଲକରୁ ତରୁଣ ରଞ୍ଜନ ପ୍ରଧାନ, ରମାକାନ୍ତ ପରିଡା, ରାଜନଗର ବ୍ଲକରୁ ବ୍ରହ୍ମାନନ୍ଦ ଲେଙ୍କା, ପଟ୍ଟାମୁଣ୍ଡାଇ ବ୍ଲକରୁ ପ୍ରଦୀପ ସାହୁ, ସନାତନ ବିଶ୍ୱାଳ, କେନ୍ଦ୍ରାପଡା ପୈାରାଞ୍ଚଳରୁ ଅମରବର ବିଶ୍ୱାଳ, ନିରଞ୍ଜନ ମେକାପ, ଅକ୍ଷୟ କୁମାର ମେକାପ, ରବିନ୍ଦ୍ର କୁମାର ବଳ, ଶିଶିର କୁମାର ବଳ, ସଞ୍ଜୟ ଜେନା, ଶାନ୍ତିସ୍ୱରୂପ ଭୂୟାଁ, ନିରଞ୍ଜନ ପରିଡା, ରାମଚନ୍ଦ୍ର ପ୍ରଧାନ, ନଳୀନିକାନ୍ତ ମହଲା, ବିକାଶ ମହାଳିକ, ହେମନ୍ତ କୁମାର ବେହୁରା, ପ୍ରଣବ ଦାସ, ଭାବଗ୍ରାହୀ ମଲ୍ଲିକ, ଉମାକାନ୍ତ ବଳ, ମାନସ କୁମାର ରାଉତରାୟ, ପ୍ରତାପ ରାଉତ, ପୀତବାସ ବେହେରା(ଚଗୁଲି), ବିପ୍ଳବ କୁମାର ସାମଲ ପ୍ରମୁଖ ସମ୍ମିଳନୀରେ ଉଦବୋଧନ ଦେଇ ସଂଗଠନକୁ ଆହୁରି ବ୍ୟାପକ ଓ ମଜଭୁତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ସଭାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା, କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ କରାଯିବା ଏବଂ ଜିଲ୍ଲା ସଦର ମହକୁମାରେ ଖଣ୍ଡାୟତ କ୍ଷତ୍ରୀୟ ସଙ୍ଘ ପାଇଁ ଏକ ସରକାରୀ ଜମି ଯୋଗାଇଦେବାକୁ ଦାବି କରାଯାଇ ପ୍ରସ୍ତାବ ଗୃହିତ ହେବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ରଜସୁନ୍ଦର ରାଉତ, ଚିତ୍ତରଞ୍ଜନବଳ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ମକୁ ଦାସ, ପ୍ରଭାତ କୁମାର ମହାନ୍ତି, ପ୍ରଦୀପ କୁମାର ଜେନା, ପରେଶ ଦାସ, ମନୋଜ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ଜଗନ୍ନାଥ ଧଳ, କୁଳମଣୀ ଲେଙ୍କା, ବସନ୍ତ କୁମାର ବେହୁରା, ସଂଗ୍ରାମ କେଶରୀ ଜେନା, ବିଭାସ ରଞ୍ଜନ ଭୂୟାଁ, ଦିନବନ୍ଧୁ ନାୟକ, ବଗୁଲି ବରାଳ, ସୁଶାନ୍ତ କୁମାର ସାମଲ, ଶୁଭେନ୍ଦୁ କୁମାର ବାରିକ, ଅମରେନ୍ଦ୍ର ଲେଙ୍କା, ଅରବିନ୍ଦ ଲେଙ୍କା, ହରିଚନ୍ଦନ ମଲ୍ଲିକ, ପିଣ୍ଟୁ ସାମଲ, ନିରଞ୍ଜନ ପରିଡାଙ୍କ ସମେତ ଶତାଧିକ ଖଣ୍ଡାୟତ କ୍ଷତ୍ରୀୟ ଭାଇ ଓ ଭଉଣୀମାନେ ସଂଗଠନକୁ ଆହୁରି ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବାକୁ ବଜ୍ର ଶପଥ ନେଇଥିଲେ । ଶେଷରେ ଚନ୍ଦନ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କୈଳାସ ଚନ୍ଦ୍ର ସାମଲ, ରାଜକିଶୋର ମହାନ୍ତି, ଫକିର ଦେଉରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ