ବୁଗୁଡା ବ୍ଳକର ବିଡ଼ିଓ ଭାବେ ଆସିବେ ଓଡ଼ଗାଁ ବିଡ଼ିଓ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ବିଡ଼ିଓ ଭାବେ ଓଡ଼ଗାଁ ବ୍ଲକ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ବଦଳି ହୋଇଥିବା ବେଳେ ଅଳ୍ପ ଦିନ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବା ଜଣାପଡିଛି। ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ପତ୍ର ସଂଖ୍ୟା ୨୦୫୪୯, ତାରିଖ ୧୨/୯/୨୦୨୩ ପ୍ରକାରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କୁ ବୁଗୁଡା ବ୍ଲକକୁ ବଦଳି ହୋଇଥିବା ବେଳେ ବୁଗୁଡା ବ୍ଲକରେ କାର୍ଯ୍ୟରତ ବିଡ଼ିଓ ବାସୁଦେବ ନାୟକ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ବିଡ଼ିଓ ଭାବେ ବଦଳି ହୋଇଛନ୍ତି। ବୁଗୁଡା ବ୍ଳକର ନୂତନ ବିଡ଼ିଓ ଭାବେ ଶ୍ରୀ ଜେନା ସେପ୍ଟେମ୍ବର ୧୮ କିମ୍ବା ୨୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ