ହାତୀଓଟରେ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ହାତୀଓଟ ନୋଡାଲ ହାଇସ୍କୁଲ ଖେଳ ପଡିଆରେ ପୋଲସରା ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ହାତୀଓଟ ନୋଡାଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ସଭାପତିତ୍ବ କରିଥିବା ବେଳେ ପୋଲସରା ବ୍ଳକ୍ ବିଡ଼ିଓ ଧର୍ମରାଜ ପରିଡ଼ା ମୁଖ୍ୟ ଅତିଥି , ବ୍ଳକ୍ ବିଇଓ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ବକ୍ତା, ଗୋପବନ୍ଧୁ ହାଇ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ରଥ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ବ୍ଳକ୍ କ୍ରୀଡ଼ା ସଂପାଦକ ଜ୍ଞାନ ରଞ୍ଜନ ଜାଲି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ଅଂଶଗ୍ରହଣକାରୀ ବୃନ୍ଦ କ୍ରୀଡ଼ା ଶୃଙ୍ଖଳାର ଶପଥପାଠ କାଟିବା ପରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ପୋଲସରା ବ୍ଳକ୍ର ୩୧ ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨୧ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ନିରାନନ୍ଦ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ, ହାତୀଓଟ ହାଇ ସ୍କୁଲର ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ରମେଶ ଚନ୍ଦ୍ର ସ୍ବାଇଁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ ଗଣପତି ସାହୁ,ଓ ଶୁଶାନ୍ତ କୁମାର ସ୍ଵାଇଁ, ଏବଂ ଶିକ୍ଷୟିତ୍ରୀ ସବିତା କୁମାରୀ ରାଉତ, ସୁନୀତା ବଡ଼ଜେନା ଙ୍କ ସମେତ କର୍ମଚାରୀ ଦୀପକ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ