ଛତ୍ରପୁର ବ୍ଲକ ସରପଞ୍ଚ ସଂଘ ଗଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟ ମା ଉଜ୍ଜଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଗଂଜାମ ଜିଲ୍ଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର ଏକ ବୈଠକ ଏବଂ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ପୋଟ୍ଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରୁଥିବାରୁ ୧୫ଦଫା ଦାବୀ ନେଇ ଗୁରୁବାର ଗଂଜାମ ଜିଲ୍ଲା ସରପଞ୍ଚ ମହାସଂଘର ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ । ସରପଞ୍ଚ ମାନଙ୍କୁ ଗ୍ରାମ ପଂଚାୟତର ଭୋଟର ମାନେ ସିଧାସଳଖ ଭାବରେ ନିର୍ବାଚିିତ କରୁଛନ୍ତି, ଏଣୁ ୱାର୍ଡ ସଭ୍ୟ /ସଭ୍ୟାଙ୍କ ଦ୍ୱାରା କରାଯାଉଥିବା ଅନାସ୍ଥା ପ୍ରସ୍ତାବ କୁ ବନ୍ଦ କରିବା, ସରପଂଚ ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ଏବଂ ସରପଂଚଙ୍କ କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ ହେଲେ ମୃତ୍ୟୁକାଳୀନ ଭତ୍ତା ପାଇଁ ୫୦ ଲକ୍ଷ ଟଙ୍କା ତାଙ୍କ ପରିବାରକୁ ପ୍ରଦାନ କରାଯାଉ, ସରପଞ୍ଚ ମାନଙ୍କୁ ଓଡିଶା ସରକାରଙ୍କ ତରଫରୁ ସମ୍ମାନସୁଜକ ଭତ୍ତା ୨୩୫୦ ଟଙ୍କା ମିଳୁଅଛି, କିନ୍ତୁ ବର୍ତ୍ତମାନର ସମୟରେ ସରପଂଚଙ୍କ ସମସ୍ତ କାର୍ଯ୍ୟ ଡି.ଏସ.ସି ମାଧ୍ୟମରେ ଏମଜିଏନଆରଜିଏ, ସିଏଫସି ଓ ଏସଏଫସି ଅର୍ଥ ନେଣଦେଣ ପାଇଁ ପ୍ରତିଦିନ ପଂଚାୟତ ଓ ପଂଚାୟତ ସମିତି କାର୍ଯ୍ୟାଳୟକୁ ଯିବା ଆସିବା କରିବାକୁ ପଡୁଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ୨୩୫୦ ଟଙ୍କା ପର୍ଯ୍ୟାପ୍ତ ନୁହେଁ । ତେଣୁ ସେମାନଙ୍କୁ ସମ୍ମାନସୂଚକ ଭତ୍ତା ୩୦ ହଜଜାର ଟଙ୍କା ପ୍ରଦାନ କରିବା ସହିତ ଅବସର ପରେ ୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହା ସହିତ ନାଏବ ସରପଂଚ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ସମାନସୁଚକ ଭତ୍ତା ପ୍ରଦାନ କରିବା ,ବିଡିଓଙ୍କ କାଉଣ୍ଟର ସାଇନ ହଟାଯିବା, ଭତ୍ତା ବୃଦ୍ଧି ସହ ଅବସର ପରେ ଭତ୍ତା ପ୍ରଦାନ , ସରପଞ୍ଚ ମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ , ମୃତ୍ୟୁକାଳୀନ ସହାୟତା ୫୦ଲକ୍ଷ ଟଙ୍କା ସହାୟତା ଦେବା, ଜିଲ୍ଲା ସଦର ମହକୁମା ଓ ରାଜଧାନୀରେ ସରପଞ୍ଚ ଭବନ ନିର୍ମାଣ କରିବା ସମେତ ସରପଞ୍ଚ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହିତ ଛତ୍ରପୁର ବ୍ଲକ ସଂଘର ବିଭିନ୍ନ ପଦବୀ ନିମନ୍ତେ କର୍ମକର୍ତ୍ତା ଚୟନ କରାଯାଇଥିଲା । ଟାଙ୍ଗଣାପଲ୍ଲୀ ପଂଚାୟତର ସରପଂଚ ବି. ସୁଦାମଙ୍କୁ ସଭାପତି ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଚିକଲଖଣ୍ଡି ସରପଂଚ ଭଗବାନ ବେହେରା, ସମ୍ପାଦକ ଭାବେ ସୁନ୍ଦରପୁର ସରପଂଚ ଗଗନ ବେହେରା, କୋଷାଧ୍ୟକ୍ଷ ଭାବେ ଭିକାରିପଲ୍ଲୀ ସରପଂଚ ମମତା ସୁବୁଦ୍ଧିଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ବହୁ ସରପଞ୍ଚ ଏବଂ ସେମାନଙ୍କ ପ୍ରତିନିଧୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ