ମେରିବଟରେ ଦିବ୍ୟଜୀବନ ସଙ୍ଘ ପକ୍ଷରୁ ସ୍ୱାମୀ ଚିଦାନନ୍ଦଙ୍କ ପୂଣ୍ୟତିଥି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଆଳି ମେରିବଟରେ ଦିବ୍ୟଜୀବନ ସଙ୍ଘ ଆନୁକୂଲ୍ୟରେ ସ୍ୱାମୀ ଚିଦାନନ୍ଦଙ୍କ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରାଧନା ଦିବସ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡଃ. ଅମର ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ପ୍ରତ୍ୟୁଷରୁ ଗୁରୁଦେବଙ୍କ ବିଗ୍ରହ ପୂଜନ, ଶଙ୍ଖଧ୍ୱନୀ, ଗୁରୁସୁକ୍ତ ମନ୍ତ୍ର, ଶାନ୍ତିମ. ବିଶ୍ୱଶାନ୍ତି ପାଇଁ ଅଖଣ୍ଡ ମହାମନ୍ତ୍ର, ସମାଜମଙ୍ଗଳ ଏବଂ ସମାଜସଂସ୍କାର ଦିଗରେ ଅଗ୍ରସର ପାଇଁ ପାଠ ଏବଂ ପାଠଚକ୍ରର ବାର୍ଷିକ ଉତ୍ସବର ଏକ ପୁସ୍ତକ “ଦିବ୍ୟାନୁଭୁତ” ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଥିଲା । ଡଃ. ଶତପଥୀ ଅବକ୍ଷୟମୁଖୀ ସମାଜ ଭାରତବର୍ଷକୁ ପ୍ଲାଷ୍ଟିକ ମୁକ୍ତ କରାଯିବା ସହ ଘରେ ଘରେ ବୃକ୍ଷରୋପଣ କରାଯିବା, ଗାଁ ରାସ୍ତା, ମନ୍ଦିର ପ୍ରଭୃତିର ଉନ୍ନତିକରଣ ଦିଗରେ ପରାମର୍ଶ ଦେଇଥିଲେ । ଏଥିସହିତ ଶ୍ରୀମାଙ୍କ ମଙ୍ଗଳକାର୍ଯ୍ୟ ପାଇଁ ଏବଂ ଆମ ଜୀବନରେ ଶାନ୍ତି ପାଇଁ ମାଙ୍କ ଅବଦାନ ଆମ ପାଇଁ ପ୍ରେରଣା ହୋଇ ରହିବ ବୋଲି କହିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ବ୍ଲକ ସଭାପତି ଅରବିନ୍ଦ ସାମଲ, ଆତ୍ମାର ଅଧ୍ୟକ୍ଷ ବିପିନ ବିହାରି ଜେନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ରୀୟ ମହାନ୍ତି, ଅମରେନ୍ଦ୍ର ମହାନ୍ତି, ଡଃ. କାଳି ପ୍ରସନ୍ନ ଶତପଥୀ, ବିଜୟ କୁମାର ଦାସ, ମିହିର ସ୍ୱାଇଁ, କୃଷ୍ଣ ସାମଲ, ନାଗାର୍ଜ୍ଜୁନ, ସଚିଦାନନ୍ଦ ଜେନା, ଭାଗ୍ୟଧର ସାହୁ, ରାମଚନ୍ଦ୍ର ସାମଲ, ଉମାକାନ୍ତ ବଳ, ଭବାନୀ ଦାସ, ଅର୍ଜୁନ ଦାସ, ଭାଗ୍ୟଧର ସାମଲ, ଦୈତାରୀ, ଜଗୁ ଦାସ, ନିଧି ଜେନା, ଡନ ଦାସ, ବାବୁନ ସାମଲ, ଶିଶିର ସାମଲ, ପ୍ରମୋଦ ନାୟକ, ବିପିନ ଜେନା, ଅକ୍ଷି ସାମଲ, ପ୍ରହ୍ଲାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ